Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାତି ୧୦ଟା ପରେ ବାଣଫୁଟା ମନା, ଦୀପାବଳିକୁ ନେଇ ଟୁଇନ ସିଟି ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ଵର: ଆଉ ଦିନକ ପରେ ଆଲୋକର ପର୍ବ ଦୀପାବଳି। ସେଥିପାଇଁ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ। ତେବେ ବାୟୁ ପ୍ରଦୂଷଣ ଯୋଗୁଁ ସୁପ୍ରିମକୋର୍ଟ ଏକ ନିର୍ଦ୍ଦିଷ୍ଟ ପ୍ରକାରର ବାଣ ଫୁଟା ଉପରେ କଟକଣା ଲଗାଇଛନ୍ତି। ଏହି କ୍ରମରେ ଦୀପାବଳି ପାଇଁ ଗାଇଡଲାଇନ୍ ଜାରି କରିଛି କମିଶନରେଟ୍ ପୋଲିସ। ରାତି ୧୦ଟାଟା ପରେ ବାଣ ଫୁଟାଇଲେ କାର‌୍ୟ୍ୟାନୁଷ୍ଠାନ ହେବ। ଏହା ସହିତ ୧୨୫ ଡେସିବେଲରୁ ଅଧିକ ଶବ୍ଦଯୁକ୍ତ ବାଣ ଫୁଟାଇଲେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ।

ଦୀପାବଳିରେ ଦୀପ ଜାଳି ସବୁଜ ବାଣ ଫୁଟାଇବାକୁ କମିଶନରେଟ୍ ପୋଲିସ ଅପିଲ୍ କରିଛନ୍ତି। ସମସ୍ତେ ସବୁଜ ବାଣ ଫୁଟାଇବାକୁ ଅପିଲ୍, ବେଆଇନ୍ ବାଣ ଫୁଟାଇବା ରୋକିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ । ଗାଇଡଲାଇନ ଅନୁସାରେ ରାତି ୧୦ଟା ପରେ ବାଣ ଫୁଟାନ୍ତୁ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କିଛି ନିର୍ଦ୍ଧିଷ୍ଟ ବାଣ ଉପରେ କଟକଣା ଲଗାଯାଇଛି । ସୁପ୍ରିମକୋର୍ଟଙ୍କ ଗାଇଡଲାଇନର ମୁଖ୍ୟ ଉଦ୍ଦେଶ୍ୟ ହେଲା ବାୟୁ ପ୍ରଦୁଷଣ ଓ ଶବ୍ଦ ପ୍ରଦୁଷଣକୁ ରୋକିବା । ତେଣୁ ନିୟମ ପାଳନ କରି ଜନସାଧାରଣ ସହଯୋଗ କରନ୍ତୁ ବୋଲି ପୋଲିସ କମିଶନର ପ୍ରିୟଦର୍ଶୀ ମିଶ୍ର କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ