Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟ କ୍ରମ

ଲକ୍ଷ୍ମୀପୁର ୧୦/୧୧ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଆଜି ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏନେଇ ବ୍ଲକର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା।ଏହି କାର୍ଯ୍ୟ କ୍ରମରେ  ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଈ କୁଲେସିକା,ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା,ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅର୍ଜୁନ ଦାସ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେସ୍ଵର ଭୋଇ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଇନଚାର୍ଜ୍ ଡ.ନବ କିଶୋର କୁଣ୍ଡୁ,ସିଡ଼ିପିଓ ପାର୍ବତୀ ଆଚାର୍ଯ୍ୟ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୁମୁଦ ଚନ୍ଦ୍ର ସାଉନ୍ତା,ପୂର୍ବତନ ଅଧ୍ୟକ୍ଷା ଶାନ୍ତି ଲତା
କୁଲେସିକା ଙ୍କ ସମେତ ବିଜେଡ଼ି ଦଳ ସମର୍ଥିତ ସମସ୍ତ ଲୋକ ପ୍ରତିନିଧି,ଦଳୀ ୟ ନେତା,ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ।
୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଭିଡିଓ କନଫ୍ରେନ୍ସ ଜରିଆରେ ବିଭିନ୍ନ ବ୍ଲକକରେ ହୋଇଥିବା ଉନୟନ ମୂଳକ କାର୍ଯ୍ୟ ବିଷୟରେ କହିବା ସହ ଆଗକୁ ହେବାକୁ ଥିବା କାର୍ଯ୍ୟ ବିଷୟରେ ଜଣାଇଥିଲେ।ଏଇ କ୍ଷେତ୍ରରେ ଲକ୍ଷ୍ମୀପୁର ବ୍ଲକର ୧୩ ଟି ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଛଅ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ଉପାଧ୍ୟକ୍ଷା ଆରତୀ କୁଲଦୀପ ନିଜ ଅଭି ଭାଷଣରେ ମୁଖ୍ୟ ମନ୍ତ୍ରୀ ଓ ଶ୍ରୀଯୁକ୍ତ ପାଣ୍ଡିଆନ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଅପର ପଟେ ସବୁ ବ୍ଲକ୍ ପାଇଁ ଅନୁଦାନ ରାଶିର ବର୍ଷା କରାଯାଇଥିବା ବେଳେ ଲକ୍ଷ୍ମୀପୁର ବ୍ଲକ୍ ପାଇଁ କେବଳ ମହା ବିଦ୍ୟାଳୟ ୫- ଟି ରୁପାନ୍ତି କରଣ ଛାଡ଼ି ଦେଲେ ଅନ୍ୟ କୌଣସି ଉନୟନ କାର୍ଯ୍ୟ ବିଷୟରେ ଘୋଷଣା କରାଯାଇ ନଥିବାରୁ ସବୁ ମହଲରେ ଏହାକୁ ସମାଲୋଚନା କରା ଯାଇଥିଲା। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ବ୍ଲକ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରି ଉପସ୍ଥିତ ଥିଲେ।ଅତ୍ୟଧିକ ଗହଳି କୁ ଆଖି ଆଗରେ ରଖି ଏସଡିପିଓ ବିରଞ୍ଚି ନାରାୟଣ ଜଗତ,ଆଈଆଇସି ସୁଜ୍ଞାନୀ ସାହୁ ଙ୍କ ସମେତ ଲକ୍ଷ୍ମୀପୁର ଓ କାକିରୀ ଗୁମା ଥାନାର ପୋଲିସ କର୍ମଚାରି,ଆଈ ଆର୍ ବିଏନ୍ ଯବାନ ମାନେ ନିୟୋଜିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ