Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବୀର ମହୋତ୍ସବର ତୃତୀୟ ଦିବସରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଏବଂ ଯୁଗଳ ନୃତ୍ୟ ଦର୍ଶକଙ୍କ ମନମୋହିଲା

ଭବାନୀପାଟଣା, ୧୦/୧୧ (ଜଗନ୍ନାଥ ନାଏକ) : ମହାବୀର ମହୋତ୍ସବ ତୃତୀୟ ଦିବସରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ସହ ସନ୍ଧ୍ୟାରେ ଯୁଗଳ ନୃତ୍ୟ ପ୍ରତିଯୋଗୀତ ଦର୍ଶକଙ୍କ ମନମୋହିଲା । ତୃତୀୟ ଦିବସର ସକାଳ ୧୦ଘଣ୍ଟା ସମୟରେ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ୱିଜ ପ୍ରତିଯୋଗିତା ମଧ୍ୟାହ୍ନରେ ମହିଳାମାନଙ୍କ ମଧ୍ୟରେ ଓଡିଆ କବିତା ଲିଖନ, ଗଳ୍ପଲିଖନ ପ୍ରତିଯୋଗୀତା ହୋଇଥିଲା । ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଯୁଗଳ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ସନ୍ଧ୍ୟା କାର୍ଯ୍ୟକ୍ରମକୁ ଡ. ଅଜୟ ମିଶ୍ର, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ମୁଖ୍ୟ ଅତିତି ଓ ଉଦ୍‌ଘାଟକ ଭାବରେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ବେହେରା, ଯୁଗ୍ମ ସଂପାଦକ ସଞ୍ଜିବ କୁମାର ସିଂହ, ନାଟ୍ୟ ସଂପାଦକ ସୁଶାନ୍ତ ସିଂ, ଅନୁଷ୍ଠାନର ଘୁମୁରାଗୁରୁ ସୁରୁବାରିକ, ବରିଷ୍ଠ ସଦସ୍ୟ ଦୁର୍ଗା ପ୍ରସାଦ ରଥ, ମହମ୍ମଦ କୁରହାନ, ପ୍ରତାପ ଦାଶ, ସୁରୁ ଠଣପତି, କାର୍ତ୍ତକ ପଣ୍ଡା, ପ୍ରଦୀପ ସିଂ, ନୁପୁର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।