Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଲ ଖବର:ବବି ଭାଇଙ୍କ ମହାନୁଭବତା

ସମ୍ବଲପୁର:ଆଜି ବିଜେଡି ନେତା ତଥା ସମାଜସେବୀ ହରଦୀପ ସିଂହ ଭୂର୍ଜୀ (ବବି ଭାଇ)ଙ୍କ ମହାନୁଭବତା ଲୋକଲୋଚନକୁ ଆସିଛି । ଏଭଳି ଏକ ଭିଡିଓ ଘୁରୁ ବୁଲୁଥିବା ବେଳେ ବିଜେଡି ଜିଲ୍ଲା ସଭାପତି ତଥା ରେଢାଖୋଲ ବିଧାୟକ ଇଂ ରୋହୀତ ପୂଜାରୀ ଏହି କର୍ଯ୍ୟପାଇଁ ବବି ଭାଇଙ୍କୁ ସାବାସୀ ଦେଇଛନ୍ତି। ପଡାବାସୀ ମଧ୍ୟ ଏଥିରେ ଖୁସୀ ବ୍ୟକ୍ତ କରି ଜୀବନ ରକ୍ଷାରେ ବବି ଭାଇଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।ମିଳିଥିବା ସୂଚନା ମତେ ସମ୍ବଲପୁର ମହାନଗର ଅନ୍ତର୍ଗତ ୱାର୍ଡ ନମ୍ବର ୩୨ ମାୟା ବଗିଚାପଡାର ଜଣେ ଅସହାୟ ବ୍ୟକ୍ତି ଦୀପକ ମାଝୀ ବୟସ ୩୫ ବର୍ଷ, ଗୁରୁତର ଅବସ୍ଥାରେ ବୁର୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ରହିଥିଲେ l ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଉଚ୍ଚ ଚିକିତ୍ସା ପାଇଁ ରେଫର୍ କରିଥିଲେ। ଫଳରେ ତାଙ୍କର ଧର୍ମପତ୍ନୀ ବିନୀତା ମାଝୀ ସହ ତିନ ଛୋଟ ଛୁଆ ଅତି ଦୟନୀୟ ଅବସ୍ଥା ରେ ରହି ଅର୍ଥର ଅଭାବ ଯୋଗୁ ସେ କଟକ ଯାଇ ପାରୁନଥିଲେ l ଏହି ଖବର ପଡାବାସୀ ବବି ଭାଈଙ୍କୁ ଜଣାଇବା ପରେ ତ୍ୱରୀତ ତାଙ୍କ ବାସଗୃହରେ ପହଞ୍ଚି କିଛି ଆର୍ଥିକ ସାହାଯ୍ୟ ପ୍ରଦାନକରି କଟକ ପଠାଇବାରେ ସହଯୋଗ କରିଥିଲେ।ଏପରିକି ସରକାର ଙ୍କର ଗରିବ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ କରାଇ ଦୀପକ ମାଝୀଙ୍କୁ କଟକ ପଠାଇବାରେ ଆନ୍ତରିକତାର ପରାକାଷ୍ଠା ଦେଖାଇଛନ୍ତି।ଏହି କାର୍ଯ୍ୟକ୍ରମରେ ବିଜେଡି ମହିଳା ନେତ୍ରୀ ଲିଲୀମା ମଲ୍ଲିକ ସହ ପଡାର ଅମୀନା ଖାତୁନ, ସୁଷମା ରାଜହଂସ, ସୁନା ବାରିକ ପ୍ରମୂଖ ଉପସ୍ଥିତ ରହିଥିଲେ ।