Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ଭୀମ ଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ

ଜମନକିରା : ଆଜି ଜମନକିରା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଇ ଶିବିରରେ ବ୍ଲକ ଅନ୍ତର୍ଗତ ସମସ୍ତ ପଂଚାୟତ ରୁ ସହସ୍ରାଧିକ ଭିନ୍ନକ୍ଷମ ଯୋଗଦେଇଥିଲେ।
ଭିମାସର ବୁର୍ଲା ର ଡାକ୍ତର ସନ୍ତୋଷ ମିଶ୍ର, ରେଢ଼ାଖୋଲ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କଲ୍ୟାଣୀ ପଟେଲ, ସମ୍ବଲପୁର ସରକାରୀ ଡାକ୍ତଖାନା ରୁ ଡାକ୍ତର ଗଙ୍ଗାଧର ପଣ୍ଡା ଏବଂ ଡାକ୍ତର ଲଳିତ ପ୍ରାଧାନ ସ୍ବାସ୍ଥ୍ୟ ପରୀକ୍ଷା କରି ସମୁଦାୟ ୧୬୦ ଜଣ ଭିନ୍ନକ୍ଷମ କୁ ଚିହ୍ନଟ କରି ପଞ୍ଜିକୃତ କରିଥିଲେ। ଏଇ ଶିବିରରେ ଜମନକିରା ବିଡ଼ିଓ ରିନା ନାଏକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ରଞ୍ଜିତ କୁମାର ସାହୁ, ଅଦିତ କୁମାର ସାହୁ ଏବଂ ସୁଧୀର ସେନାପତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ