Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IIT ବମ୍ବେରେ ହମାସ ସମର୍ଥନରେ ଭାଷଣ, ବଢିଲା ବିବାଦ; ଥାନାରେ ମାମଲା ରୁଜୁ

ମୁମ୍ବାଇ: ପ୍ରସିଦ୍ଧ ଲେଖକ ଦେବଦତ୍ତ ପଟ୍ଟନାୟକଙ୍କ ଏକ ବ୍ୟାଖ୍ୟାନ ପୁଣି ଥରେ ହଙ୍ଗାମା ସୃଷ୍ଟ କରିଛି। ଆଇଆଇଟି ବମ୍ବେ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ବିବାଦୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଲେଖକ ତଥା ପେଶାରେ ଶିକ୍ଷକ ଦେବଦତ୍ତ ବ୍ୟାଖ୍ୟାନରେ ହମାସ ଓ ଆତଙ୍କବାଦୀଙ୍କ ସମର୍ଥନ କରିଥିବା ଅଭିଯୋଗ ହୋଇଛି। ଛାତ୍ରମାନଙ୍କ ଏକ ବର୍ଗ ଏହି କାର୍ଯ୍ୟକ୍ରମକୁ ବିରୋଧ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ଆୟୋଜିତ କରିଥିଲା। ଦୀପାବଳି ଯୋଗୁଁ ବହୁ ଛାତ୍ର ଘରକୁ ଯାଇଥିବାରୁ ଭିଡ଼ କମ ଥିଲା, ତେଣୁ କାର୍ଯ୍ୟକ୍ରମ ଆୟୋଜନ ହୋଇ ପାରିଥିଲା। ତେବେ ବ୍ୟାଖ୍ୟାନକୁ ନେଇ ବିବାଦ ବଢିବାରେ ଲାଗିଛି।

ବିବେକ ବିଚାର ମଞ୍ଚର ମହାରାଷ୍ଟ୍ର ଚାପ୍ଟର ମୁମ୍ବାଇ କମିଶନରଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ମଞ୍ଚ କହିଛି, ବିଭାଜନକାରୀ ନୀତି ଆପଣା ଯାଇ କ୍ୟାମ୍ପସର ମାହୋଲକୁ ବିଗାଡ଼ିବାକୁ ଉଦ୍ୟମ କରାଯାଉଛି। ଏପରିକି ଛାତ୍ରଙ୍କୁ ଉସୁକାଯାଉଛି। ପରିସରରେ ବ୍ୟାଖ୍ୟାନ ସମୟରେ ଜଣେ ଗେଷ୍ଟ ଟିଚର ଦେବଦତ୍ତ ପଟ୍ଟନାୟକ ବ୍ୟାଖ୍ୟାନ ସମୟରେ ହମାସ ଓ ଆତଙ୍କବାଦୀଙ୍କ ସମର୍ଥନ କରିଥିଲେ। ଆଇଆଇଟି ବମ୍ବେର ଛାତ୍ରମାନେ ଏନେଇ ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣା ନଭେମ୍ବର ୬ ତାରିଖରେ ଘଟିଥିବା ଏତଲାରେ ଉଲ୍ଲେଖ କରାଯାଇଛି। ଏପରିକି ଆଇଆଇଟି ବମ୍ବେ କର୍ତ୍ତୃପକ୍ଷ ଅଭିଯୋଗ ପରେ ବି କୌଣସି କାର‌୍ୟ୍ୟାନୁଷ୍ଠାନ ନେଇ ନ ଥିବା ଅଭିଯୋଗ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ