Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନଲାଇନ ଗେମ ନେଲା ଜୀବନ, ଘର ଭିତରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ସୋର: ପୁଣି ଜୀନବ ନେଲା ଅନଲାଇନ ଗେମ। ଘର ଭିତରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏମିତି ଅଭାବନୀୟ ଘଟଣା ଘଟିଛି କୋଚିଆକୋଇଲି ଅରଡ଼ା ଗାଁରେ। ପୁଅ ଅନଲାଇନ ଗେମ୍ ସବୁ ବେଳେ ଖେଳୁଥିବା ପରିବାର ଲୋକ କହିଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।

ସୂଚନା ଅନୁଯାୟୀ, କୋଚିଆକୋଇଲି ଅରଡ଼ା ଗାଁର ଶରତ ମଲିକଙ୍କ ପୁଅ ଆଶିଷ ମଲିକ। ସେ ଅନନ୍ତପୁର ସାରସ୍ଵତ ମହାବିଦ୍ୟାଳୟରେ ଯୁକ୍ତ ୨ ପଢୁଥିଲା। ତେବେ ଗତ କିଛି ଦିନ ସେ ମାନସିକ ଅବସାଦ ଦେଇ ଗତି କରୁଥିଲା। ହେଲେ ଗତକାଲି ସନ୍ଧ୍ୟାରେ ଫ୍ୟାନରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ପଡ଼ୋଶୀମାନେ ଶବକୁ ଉଦ୍ଧାର କରି ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ