Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ସପ୍ତାହରେ ଉତ୍ତରାଖଣ୍ଡରେ ଲାଗୁ ହେବ ସମାନ ନାଗରିକ ସଂହିତା, ଇତିହାସ ରଚିବାକୁ ପ୍ରସ୍ତୁତ ଧାମି ସରକାର

ଡେରାଡୁନ: ଏକକ ନାଗରିକ ସଂହିତା(ୟୁସିସି) ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି। ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସରକାରଙ୍କ ପକ୍ଷରୁ ୟୁସିସି ଲାଗୁ କରାଯିବାର ପୂରା ପ୍ରକ୍ରିୟା ପୂରା ହୋଇ ସାରିଛି। ବିଧେୟକକୁ ଆସନ୍ତା ସପ୍ତାହରେ ବିଧାନସଭାରେ ଆଗତ କରାଯାଇପାରେ।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଅବସରପ୍ରାପ୍ତ ବିଚାରପତି ରଞ୍ଜନା ଦେଶାଇଙ୍କ ନେତୃତ୍ଵରେ ଗଠିତ ଏକ କମିଟି ଆଗାମୀ କିଛି ସପ୍ତାହରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ସମାନ ନାଗରିକ ସଂହିତା ଉପରେ ଏକ ରିପୋର୍ଟ ପ୍ରଦାନ କରି ପାରନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତା ସପ୍ତାହରେ ଉତ୍ତରାଖଣ୍ଡ ବିଧାନସଭାର ଏକ ସ୍ଵତନ୍ତ୍ର ଅଧିବେଶନ ଡକାଇବେ ରାଜ୍ୟ ସରକାର।

ଅଧିବେଶନରେ ସମାନ ନାଗରିକ ସଂହିତା ବିଧେୟକ ଗୃହୀତ କରାଯାଇପାରେ। ଏହା ପରେ ବିଧେୟକକୁ ଆଇନର ମାନ୍ୟତା ଦିଆଯିବ। ଚଳିତ ବର୍ଷ ଜୁନରେ ସମାନ ନାଗରିକ ସଂହିତା(ୟୁସିସି) ଡ୍ରାଫ୍ଟ କମିଟିର ସଦସ୍ୟ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇ କହିଥିଲେ ଯେ, ଉତ୍ତରାଖଣ୍ଡ ପାଇଁ ସମାନ ନାଗରିକ ସଂହିତାର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି, ଶୀଘ୍ର ଏହାକୁ ଉତ୍ତରାଖଣ୍ଡ ସରକାରଙ୍କୁ ପ୍ରଦାନ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ