Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନତେରସ:ଓଡିଶାରେ ୬ କ୍ୱିଣ୍ଟାଲ ସୁନା ବିକ୍ରି

ସମ୍ବଲପୁର :ଚଳିତ ବର୍ଷ ଓଡିଶା ସୁନା ବିକ୍ରିରେ ରେକର୍ଡ କରିଛି।
ଧନତେରସରେ ସୁନା ବ୍ୟବସାୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ସୁନା ବିକ୍ରି ହୋଇଛି।ଓଡ଼ିଶା ଗହଣା ବ୍ୟବସାୟୀ ସଂଘର ଦାବି କରିଛି ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ସୁନା କ୍ରୟ ପାଇଁ ଲୋକଙ୍କ ଆଗ୍ରହ ବଢିଛି।ଓଡ଼ିଶାରେ ପ୍ରାୟ ୬ କ୍ବିଣ୍ଟାଲରୁ ଅଧିକ ସୁନା ବିକ୍ରି ହୋଇଥିବା ନେଇ ସଂଘ କହିଛି। ସୁନା ଦର ବୃଦ୍ଧି ପରେ ବି ରାଜ୍ୟରେ ରେକର୍ଡ ସୁନା ବିକ୍ରି ହୋଇଥିବା ନେଇ ଏଭଳି ଚମକପ୍ରଦ ସମ୍ବାଦ ଆଶ୍ଚର୍ଯ୍ୟ ଲାଗୁଥିଲେବି ୬ କ୍ୱିଣ୍ଟାଲରୁ ଅଧିକ ସୁନା ବିକ୍ରି ହୋଇଥିବା ଓଡିଶା ଗହଣା ବ୍ୟବସାୟୀ ସଂଘ ନିଜ ଆଡୁ ଏଭଳି ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ