Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନ ସଂଘ୍ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ କାର୍ଯକ୍ରମ ଆରମ୍ଭ

ବ୍ରହ୍ମପୁର:ରାଜ୍ୟର ଅଗ୍ରଣୀ ସୁନାମ ଧନ୍ୟ ସଂଗଠନ ମହାନ ସଂଘ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଶୀତ ବସ୍ତ୍ର , ବସ୍ତ୍ର, ପୁରୁଣା ନୂଆଁ ଲୁଗା ବିତରଣ କାର୍ଯ୍ୟକ୍ରମ ମଧ୍ୟ ରାତ୍ର ରୁ ଆରମ୍ଭ କରାଯାଇ ସହର ରେଲ ଷ୍ଟେସନ ଓ ପୁରୁଣା ବସ ଷ୍ଟାଣ୍ଡ ଠାରେ ନିରାଶ୍ରୟ ଓ ବୟସ୍କ ରିକସା ଚାଳକ ମାନଙ୍କୁ କମ୍ୱଲା ଓ ଚଦର୍ ବଣ୍ଟନ କରାଯାଇଥିଲା। ଦୀର୍ଘ ପନ୍ଦର ଦିନ ଧରି ଏହି କାର୍ଯ୍ୟକ୍ରମ ସହର , ଗ୍ରାମାଞ୍ଚଳ ଓ ନିକଟସ୍ତ ଆଦିବାସି ଗ୍ରାମ ରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ସୂଚନା ଦେଇଛନ୍ତି।ଦୀର୍ଘ ତିରିଶି ବର୍ଷ ରୁ ଉର୍ଦ୍ଧ ଧରି ମହାନ ସଙ୍ଘ୍ ସୀତା ବସ୍ତ, ଜ।କେଟ, ନୂଆ ପୁରୁଣା ସମସ୍ତ ବର୍ଗ ର ପୋଷାକ ବଣ୍ଟନ କରି ଆସୁଛି।ଗତକାଲି ରାତିରେ ଶ୍ରୀ ସାବତ ଙ୍କ ସହ ବରିଷ୍ଟ ସଦସ୍ୟ ଶ୍ରୀ ସିମ।ଞ୍ଚଲ୍ ପାଣିଗ୍ରାହୀ, ଶ୍ରୀକାନ୍ତ ଚନ୍ଦ୍ର ସାବତ, କାଶୀନାଥ ଗୌଡ଼, ଶିଶୁ ସମାଜସେବୀ ସଂକଳ୍ପ ପଞ୍ଚମ ଶ୍ରେଣୀ ଛାତ୍ରୀ ଜୟଶ୍ରୀ ସାବତ ପ୍ରମୁଖ ସହୋଯୋଗା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ