Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀପାବଳିରେ ଉତ୍ତରାଖଣ୍ଡରେ ବଡ଼ ଅଘଟଣ, ସୁଡ଼ଙ୍ଗ ଧସିବାରୁ ଫସିଛନ୍ତି ୩୦ ଶ୍ରମିକ, ରେସକ୍ୟୁ ଜାରି

ଡେରାଡୁନ: ଦୀପାବଳି ଦିନରେ ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା ଘଟିଛି। ଉତ୍ତରକାଶୀରେ ନିର୍ମାଣଧୀନ ସୁଡ଼ଙ୍ଗ ଭୁଶୁଡ଼ିବାରୁ ଭିତରେ ୩୦ରୁ ୩୫ ଶ୍ରମିକ ଫସି ରହିଥିବା ଜଣା ପଡ଼ିଛି। ଏନଡିଆରଏଫ ଓ ଏସଡିଆରଏଫ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ଘଟଣାର ସୂଚନା ମିଳିବା ମାତ୍ରେ ଉତ୍ତରକାଶୀ ଏସପି ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି। ଯଥାଶୀଘ୍ର ସୁଡ଼ଙ୍ଗ ଖୋଲିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି, ଯଦ୍ଵାରା ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିବ।

ଉତ୍ତରକାଶୀର ସିଲକ୍ୟାର ପୋଲ୍ ଗାଁରେ ନବ ନିର୍ମିତ ଟନେଲ୍ ଭିତରେ କାମ କରୁଥିବା ସମୟରେ ୩୦ର ୩୫ ଶ୍ରମିକ ଫସିଛନ୍ତି। ସୂଚନା ଅନୁଯାୟୀ, ସକାଳ ସମୟରେ କାମ ଚାଲିଥିବା ବେଳେ ଟନେଲ୍ ଧସିଥିଲା। ଏହି ସମୟରେ ଭିତରେ ୩୦ରୁ ଉର୍ଦ୍ଧ୍ଵ ଶ୍ରମିକ ଥିଲେ। ସଦ୍ୟତମ ସୂଚନା ଅନୁଯାୟୀ, ସମସ୍ତେ ସୁରକ୍ଷିତ ଥିବା କୁହାଯାଉଛି। ତେବେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଯଥା ଶୀଘ୍ର ଉଦ୍ୟମ ଜାରି ରହିଛି।

ଏହା ପୂର୍ବରୁ ମଧ୍ୟ ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା ଘଟି ସାରିଛି। ଟନେଲ୍ ଧଶିବାରୁ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ତେବେ ଆଜିର ଦୁର୍ଘଟଣାକୁ ଆହୁରି ଭୟାନକ ବୋଲି କୁହାଯାଉଛି। ସୁଡ଼ଙ୍ଗ ଖୋଲିବା ପରେ ହିଁ ସ୍ଥିତି ସ୍ପଷ୍ଟ ହୋଇ ପାରିବ।

More Stories