Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡରମାରେ କୈଶୋର ସ୍ୱାସ୍ଥ୍ୟ ଶିକ୍ଷା ତାଲିମ ଓ ସଚେତନତା ଶିବିର

ସମ୍ବଲପୁର (ବଡରମା)): ଆଜି ସିଡି ସଂସ୍ଥା ଏବଂ କୈଳାସ ସତ୍ୟାର୍ଥୀ ଚିଲ୍ଡରେନ ଫାଉଣ୍ଡେସନ ତରଫ ରୁ ୬୦ ଜଣ କିଶୋରୀ କିଶୋର ମାନଙ୍କୁ ନେଇ ଜମନକିରା ବ୍ଲକ ବଡରମା ଗ୍ରାମ ପଞ୍ଚାୟତ ମହିଳା ସହାୟକ ସଂଘ ଠାରେ କୈଶୋର ସ୍ୱାସ୍ଥ୍ୟ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ଡା.ରାଜାରାମ ଷଡଙ୍ଗୀ ତାଲିମ ଦାତା ଭାବେ ଯୋଗଦାନ କରି ମାସିକ ଋତୁସ୍ରାବ ସମୟର କିଭଳି ନିଜ ଯତ୍ନ ନେବା, ସବୁଜ ପନିପରିବା ଆମ ଶରୀର ପାଇଁ କେତେ ଆବଶ୍ୟକ, ବାଲ୍ୟ ବିବାହ ଦ୍ଵାରା ହେଉଥିବା ଅସୁବିଧା ପ୍ରଭୃତି ବିଷୟରେ ଆଲୋଚନା କରା ଯାଇଥିଲା ଏବଂ ବାଲ୍ୟ ବିବାହ ନିରାକରଣ ପାଇଁ ସମସ୍ତେ ଶପଥ ପାଠ କରିଥିଲେ l ସିଡି ଯୋଜନା ସଂଯୋଜକ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି ତାଲିମ ଓ ସଚେତନତା ସଭାକୁ ଗୋଷ୍ଠୀ ସାମାଜିକ ସହାୟିକା ବିନ୍ଦୁ ଛତର ପରିଚାଳନା କରିଥିଲେ। ସ୍ଥାନୀୟ ଆଶା କର୍ମୀ ଏଥିରେ ସହଯୋଗ କରିଥିବା ବେଳେ କୌଶୋର ସ୍ୱାସ୍ଥ୍ୟ ନେଇ ଉପସ୍ଥିତ କିଶୋର କିଶୋରୀ ନିଜ ମନ ଭିତରେ ରହିଥିବା ସନ୍ଦେହ ବିଷୟରେ ପଚାରି ବୁଝିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ