Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟସ୍ତରୀୟ ଶିଶୁ କ୍ରିଡ଼ା ମହୋତ୍ସବରେ କନ୍ଧମାଳ ଜିଲା ଚମ୍ପିଆନ୍‌‌

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟସ୍ତରୀୟ ଶିଶୁ କ୍ରିଡ଼ା ମହୋତ୍ସବ ଉତ୍ସାହ ଭୁବନେଶ୍ୱର ସ୍ଥିତ କଳିଙ୍ଗଷ୍ଟାଡ଼ିୟମ୍‌‌ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ୩୦ଟି ଜିଲାରୁ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ୫୫୯ ଜଣ ଶିଶୁ ପ୍ରତିଭା ବିିଭିନ୍ନ କ୍ରିଡ଼ା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। କନ୍ଧମାଳ ଜିଲାର ଶିଶୁ ପ୍ରତିଭା ପ୍ରତିଯୋଗୀ ମାହନେ ବାଳିକା ବିଭାଗରେ ୧୦୦ ମିଟର ଦୌଡ଼, ଉଚ୍ଚଡ଼ିଆଁରେ ପ୍ରଥମ ସ୍ଥାନରେ କୃତିତ୍ୱ ହାସଲ କରିଥିବା ବଳେ ବାଳକ ବିଭାଗରେ ଲମ୍ବାଡ଼ିଆଁ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସ କରିଛନ୍ତି। ସେହିଭଳି ଉଭୟ ବାଳକ ଓ ବାିଳକା ବିଭାଗର ଲମ୍ବାଡ଼ିଆଁ, ଚେସ୍‌‌ ଓ ରିଲେ ରେସନ୍‌‌ ରେ ମଧ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରି ମୋଟ ୬ ଗୋଟି କ୍ରିଡ଼ା ବିଭାଗରେ କୃତିତ୍ୱ ଲାଭ କରି ଚମ୍ପିଆନ୍‌‌ ହୋଇଛନ୍ତି। କନ୍ଧମାଳ ଜିଲା ଶିଶୁ ସୁରକ୍ଷା ସମିତିର ଆଇନ ଅଧିକାରୀ ଅଭିରାମ କହଁର, ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀ ବିଜୟାନନ୍ଦ ସାହୁ, ମାନିନି ଦିଗାଲ ପ୍ରମୁଖ କୃତିତ୍ୱ ଶିଶୁ ପ୍ରତିଭାଙ୍କୁ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ପଥ ପ୍ରଦର୍ଶନ କରିଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍‌‌, ଅନୁଷ୍ଠାନିକ ଅଧିକାରୀ ସୁନିଲ୍‌‌ ପ୍ରଧାନ ପ୍ରମୁଖ କୃତି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ଶିଶୁ ସୁରକ୍ଷା ପ୍ରକଳ୍ପ ପରିଚାଳକ ପ୍ରୀତିକାନ୍ତ ପଣ୍ଡା କନ୍ଧମାଳ ଜିଲାକୁ ଚମ୍ପିଆନ୍‌‌ ଘୋଷଣା କରିଥିବା ବେଳେ ଟ୍ରଫି ପ୍ରଦାନ ବେଳେ ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ ଶୋଭା ଶର୍ମା, ଅତିରିକ୍ତ ନିର୍ଦ୍ଦେଶକ ରେଗା ରିତାରାଣୀ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କୃତିତ୍ୱ ବାଳିକ ଓ ବାଳିକା ମାନଙ୍କୁ ୱେଟ୍‌‌ ଲିଫଟର ଅଲିମ୍ପିଆନ୍‌‌ ରବି କୁମାର କ୍ରିଡ଼ା ଓ ଜୀବନ ସମ୍ବନ୍ଧୀୟ ମାର୍ଗ ଦର୍ଶନ କରିବା ସହିତ ବହୁ ଉପଦେଶ ପ୍ରଦାନ କରିଥିଲେ।