Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଖରୀ ତୁଠ ସଫା କଲେ ସ୍ବେଚ୍ଛାସେବୀ କୁଲେଇଗଡ଼ର ପଡ଼ାବାସୀ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଲେଇଗଡ ଗ୍ରାମପଞ୍ଚାୟତ କୁଡ଼ାପଡା ସ୍ଥିତ ଉପରପଡ଼ାର ପ୍ରକୃତି ବନ୍ଧୁ ତଥା ୱାର୍ଡ ସଭ୍ୟ ସରୋଜ ମେହେରଙ୍କ ନେତୃତ୍ୱରେ ଆଜି ପୋଖରୀ ସଫେଇ କାର୍ଯ୍ୟକ୍ରମ ହୋଇଛି। ପୋଖରୀକୁ ଯାଇଥିବା ରାସ୍ତା ଉଭୟ ପାର୍ଶ୍ୱରେ ଲଟା ବୁଦା ଲାଗି ରହିଥିଲା। ତାକୁ ସଫା କରିବା ସଙ୍ଗେ ସଙ୍ଗେ ପୋଖରୀ ତୁଠ ଗୁଡିକୁ ସଫା କରିଥିଲେ। ଏହି ପୋଖରୀକୁ ଗାଧୋଇବା ପାଇଁ ଯାତାୟତରେ ଅସୁବିଧା ହେଉଥିବା ଯୋଗୁଁ ଏହି ରଚନାତ୍ମକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗାଧୋଇ ଆସୁଥିବା ଲୋକମାନଙ୍କୁ ପୋଖରୀ ତୁଠର ଚାରି ପାର୍ଶ୍ୱକୁ ସଫା ରଖିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସରୋଜ ଷଣ୍ଢ, ଧନୁର୍ଜୟ ମେହେର, ଅନାମ ବାଦୀ, ଡମ୍ବରୁଧର ମେହେର, ମନ୍ଦାକିନୀ ମେହେର, ସୌଦାମିନୀ ମେହେର, ଜିତେନ ମେହେର ଏବଂ ମଞ୍ଜରୀ ପୋଢ଼ ପ୍ରମୁଖ ଯୋଗ ଦେଇଥିଲେ। ସଂପୃକ୍ତ ସମସ୍ତ ରଚନାତ୍ମକ କର୍ମୀଙ୍କୁ ସମାଜସେବୀ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ନାୟକ ଶୁଭେଚ୍ଛା ଜଣେଇବା ସହ ଉଚ୍ଚ ପ୍ରଶଂସା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ