Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ୱୀଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଲରପଙ୍କ ବିଜୟୀ

ସମ୍ବଲପୁର(କୁକୁଡାପାଲି): ଗିରିପାଲି ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଥିବା ଦ୍ୱୀଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି ।ଏହାକୁ ଜୟ କୋଶଳ ନାକଟିଦେବୀ ଯୁବକ ସଂଘ ଲକ୍ଷ୍ମନି ଦ୍ୱାରା ଆୟୋଜନ ହୋଇଥିଲା। ମୋଟ ୧୪ ଟି ଟିମ ଖେଳିଥିବା ଟୁର୍ନାମେଣ୍ଟର ଫାଇନାଲ ଖେଳରେ ପଇଦାମାଲକୁ ହରାଇ ଲରପଙ୍କ ବିଜୟୀ ହୋଇଛନ୍ତି। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣି ସଭାରେ ବିଜେପିର ଜିଲ୍ଲା ସଭାପତି ଗିରିଶ ପଟେଲ ଓ ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେପି ଯୁବମୋର୍ଚ୍ଚା ସଭାପତି ଅଶ୍ୱୀନି ମାଝି,ଜୟନ୍ତପୁର ସମିତି ସଭ୍ୟା ଅନିତା ପ୍ରଧାନ,ଯୁଯୋମୁରା ସମିତିସଭ୍ୟ ଜୟନ୍ତ ପ୍ରଧାନ,କବରାପାଲି ସରପଞ୍ଚ୍ ଅନ୍ତର୍ଜାମୀ ପ୍ରଧାନ,ଯୁଯୋମୁରା ୧ମଣ୍ଡଳ ସଂପାଦକ ଅଜୟ ବେହେରା,ବିଜେପି ଓବିସି ରାଜ୍ୟ ସଂପାଦିକା ସସ୍ମିତା ଦେହୂରୀ,କୁକୁଡାପାଲି ସମିତିସଭ୍ୟା ମଣିପ୍ରିୟା ବେହେରା,ଚନ୍ଦ୍ରମଣି ବାଗ ଓ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଏହାକୁ ରେଫରି ଜୟରାଜ ଧର ସଂଯୋଜନା କରିଥିଲେ। ଖେଳକୁ ରାଜାରାମ ଓରାମ,ଲିଙ୍ଗରାଜ ପ୍ରଧାନ ,ପରେଶ ଭୋଇ,ଦେବାନନ୍ଦ ମିର୍ଦ୍ଧା, ଆନନ୍ଦ ମିର୍ଦ୍ଧା,ଅରୁଣ ଭୋଇ,ବିଜୟ ଓାରାମଙ୍କ ସହିତ ପରକ୍ଷିତ ନାୟକ,ସୁଶିଲ ବାଗ୍,ମହେଶ୍ୱର ପ୍ରଧାନ,ନିରାକର ପ୍ରଧାନ, ସୁନିଲ ବାଗ୍,ହରିହରବାଗ,ଅର୍ଜୁନ ବାଗ୍,ଅଜୟ ବାଗ,ସୁରଜ ବାଗ,ସୁରଜ କିସାନ,ଦୁଃଖନାଶନ ଛତର,ରାମନାରେନ ବାଗ୍,ରୂପେଶ ପ୍ରଧାନ,ମୁକେଶ ମିର୍ଧା ପ୍ରମୂଖ ଏହାର ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ