ସମ୍ବଲପୁର(ଡଙ୍ଗରପଡା): ଯୁଯୋମୁରା ବ୍ଲକ୍ ଡଙ୍ଗରପଡା ଠାରେ ଗତକାଲି ଦିପାବଳି ଅମାବାସ୍ଯା ଅବସରରେ କାଳି ପୂଜା ଅନୁଷ୍ଠିତ ହୋଇଯାଇଛି। ପୂଜାରେ ଯୁଯୋମୁରା ବ୍ଲକର ପୁର୍ବତନ ଅଧ୍ୟକ୍ଷ ଶରତ ଚନ୍ଦ୍ର ସାହୁ ଓ ଯୋନ-୧ ର ଜିଲ୍ଲା ପରିଷଦ ସଦସ୍ୟା କବିତା ସାହୁ କର୍ତ୍ତା ଦାୟିତ୍ୱ ନେଇଥିଲେ । ଏହି ଅବସରରେ ଯାତ୍ରା ଚନ୍ଦ୍ରମହଳ ସହିତ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତାପ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶରତ ଚନ୍ଦ୍ର ସାହୁ ମୁଖ୍ୟଅତିଥି, ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ମୁଖ୍ୟବକ୍ତା ଓ ଶିକ୍ଷକ ତ୍ରିନାଥ ବିଶ୍ୱାଳ,ପ୍ରମୋଦ ମିର୍ଦ୍ଧା,ବିଜ୍ଞାନ ବାରିକ, କେଶବ ମେହେର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଦିନ ଗ୍ରାମରେ ଏକ ସମଲେଶ୍ବରୀ ମନ୍ଦିର ନିର୍ମାଣ କରିବାକୁ ପୂଜାର୍ଚନା କରାଯାଇ ଯୁଯୋମୁରା ଯୋନ-୧ର ଜିଲ୍ଲା ପରିଷଦ ସଦସ୍ୟା କବିତା ସାହୁ ଭୂମି ପୁଜନ କରିଥିଲେ । ଏହାକୁ ତରଣୀ ସେନ ସାହୁ,ସୁବ୍ରତ ସାହୁ,ଦିଲ୍ଲୀପ ସାହୁ,ଅରୁଣ ସେନ ସାହୁ,ଭଗବାନ ପ୍ରଧାନ,ପ୍ରଫୁଲ୍ଲ ନାଏକ,ବିଶାଳ ପ୍ରଧାନ,ଦେବବ୍ରତ ନାଏକ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।
ଡଙ୍ଗରପଡାରେ ୨୨ ତମ କାଳୀ ପୂଜା, ସମଲେଶ୍ବରୀ ମନ୍ଦିର ପାଇଁ ହେଲା ଭୂମି ପୂଜା
