ଶିଉନି ଗ୍ରାମରେ ଦୀପୋତ୍ସଵ ୨୦୨୩ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ।

କୋକସରା:୧୩/୧୧ ଆଲୋକ ର ପର୍ଵ ଦୀପାବଳି ଉପଲକ୍ଷେ କୋକସରା ବ୍ଲକ ବରା ଡ଼ଙ୍ଗା ପଞ୍ଚାୟତ ଶିଉନି ଗ୍ରାମରେ ଉପଲକ୍ଷେ ଦୀପୋତ୍ସଵ ୨୦୨୩ ସାଂସ୍କୃତିକ କାର୍ଯ୍ୟକ୍ରମ ଅବସର ରେ କଳାହାଣ୍ଡି ର ବିରବାଦ୍ୟ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କମିଟି ର ସଭାପତି ସନାତନ ପଣ୍ଡା ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ଦୀପାବଳି ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଘୁମୁରା କଳାକାର ଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟତମ ଅତିଥି ଭାବେ ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ, ଯୁବ ସମାଜସେବୀ ସୋନୁ ଅଗ୍ରୱାଲ, ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି, ଆମପାଣି ବ୍ୟାଙ୍କ ମ୍ୟାନେଜର ବୈଚନ୍ଦ୍ର ବେଶ୍ରା, ବୁଢ଼ାରଜା ହାଇସ୍କୁଲ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ, ସମାଜସେବୀ ଗୋପୀଚନ ନାଏକ, ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ।ଏହି ଅବସର ରେ ରଙ୍ଗାରଙ୍ଗ ରେକର୍ଡ ଡ୍ୟାନ୍ସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ ଙ୍କୁ ବିମୋହିତ କରିଥିଲା। ମଞ୍ଚ କୁ ସୁଧୀର ଧ. ମାଝ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ କୁ କମିଟି ର ସମ୍ପାଦକ ଭୁବନେଶ୍ୱର ଦିଶାରୀ,ଅମିତ ପଣ୍ଡା, ସୁଭାଷ ବେହେରା,ସୁମନ୍ତ ପଣ୍ଡା, ଥବିର ନାଏକ, ଆଶିଷ ପଣ୍ଡା, ହିମାଞ୍ଚଳ ପୁଝାରି ସହଯୋଗ କରିଥିଲେ।