Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ଵିତୀୟ ଦିନରେ ରେସ୍କ୍ୟୁ ଅପରେସନ ଜାରି, ଫସି ରହିଛନ୍ତି ୪୦ କର୍ମଚାରୀ, ପାଇପ ଯୋଗେ ଦିଆଯାଉଛି ଖାଦ୍ୟ-ପାଣି

ଡେରାଡୁନ: ଉତ୍ତରକାଶୀରେ ଦୀପାବଳି ଦିନ ଯମୁନେତ୍ରୀ ଜାତୀୟ ରାଜମାର୍ଗରେ ନିର୍ମାଣଧୀନ ସୁଡ଼ଙ୍ଗ ଧସି ଯିବାରୁ ସେଠାରେ ଫସିଥିବା କର୍ମଚାରୀ- ଶ୍ରମିକଙ୍କ ପାଇଁ ଦ୍ଵିତୀୟ ଦିନ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ସବୁଠୁ ବଡ଼ ଆଶ୍ଵସ୍ତିର କଥା ସୁଡ଼ଙ୍ଗରେ ଫସିଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ସେମାନଙ୍କ ନିକଟକୁ ଖାଦ୍ୟ ଓ ପାନୀୟ ଜଳ ପଠାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ରିଲିଫ ଓ ଉଦ୍ଧାର କାର‌୍ୟ୍ୟ ବିଷୟରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଧାମି ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏନଡିଆରଏଫର ଆସିଷ୍ଟାଣ୍ଟ କମାଡେଣ୍ଟ କରମବୀର ସିଂ ଭଣ୍ଡାରୀ ଉଦ୍ଧାର କାର୍ଯ୍ୟ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଅଦ୍ୟାବଧି ୧୦ରୁ ୧୫ ମିଟର ଖୁଦେଇ ହୋଇ ପାରିଛି। ଭିତରେ ଯେତେ ବି ଲୋକ ଅଛନ୍ତି ସମସ୍ତେ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ପାଇପ ଜରିଆରେ ଖାଇବା ପାଇଁ ଚିପ୍ସ ଓ ପାଣି ପଠାଯିବାର ବ୍ୟବସ୍ଥା କରାଯାଇଛି। ଆମେ ଆଶାକ କରୁଛୁ ଆଜି ସମସ୍ତଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବୁ।

ସୁଡ଼ଙ୍ଗ ଭିତରେ ମୋଟ୍ ୪୦ ଜଣ ଫସିଛନ୍ତି। ପାଇପଲାଇନ ଜରିଆରେ ସେମାନଙ୍କ ସହ ଯୋଗାଯୋଗ ହୋଇ ପାରିଛି ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି। ଏଡିଆରଏଫ ଓ ଏସଡିଆରଏଫ ଦିନାରାତି ଏକ କରି ଉଦ୍ଧାର କାମରେ ଜୁଟିଛନ୍ତି। ମାଟି ଅତଡ଼ା ୬୦ ମିଟର ଯାଏ ରହିଛି। ଏହାକୁ ହଟାଇବା ପାଇଁ କେତେ ସମୟ ଲାଗିବ କହିବା ମୁସ୍କିଲ। ଅତଡ଼ା ହଟାଇଲେ ଉପରୁ ମଧ୍ୟ ମାଟି ଭୁଶୁଡ଼ୁଛି। ଏଥିପାଇଁ ସାଇଡ୍ ପେଚ୍ କରାଯାଇ ଉଦ୍ୟମ ଜାରି ରହିଛି ବୋଲି ଉତ୍ତରକାଶୀର ସର୍କିଲ ଅଫିସର ପ୍ରଶାନ୍ତ କୁମାର କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ