Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟକାରୁମାଲ ଗିରିଗୋବର୍ଧନ ପୂଜା……ମହିଳା ରାମ ଲୀଳା ନାଟକରେ ଦର୍ଶକ ବିମୋହିତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଂଜା ପଞ୍ଚାୟତ ଟକାରୁମାଲ ଗିରି ଗୋବର୍ଦ୍ଧନ ପୀଠ ଠାରେ ରବିବାର ଠାରୁ ଗିରିଗୋବର୍ଧନ ପୂଜା ଆରମ୍ଭ ହୋଇଯାଇଛି।ଏହି ଅବସରରେ ପୂଜାର କର୍ତ୍ତା ଭାବେ ମୀନ କେତନ ସାହୁ ଓ ତାଙ୍କ ପତ୍ନୀ ଟିକେଫୁଲ ସାହୁ,ପୂଜକ ସମ୍ପଦ ପାଣିଗ୍ରାହୀ ରହିଥିବା ବେଳେ ପୂଜାର ସୁ ପରିଚାଳନା ନିମନ୍ତେ ସଭାପତି ଭାବେ ଧନପତି ସାହୁ,ସମ୍ପାଦକ ଶଶୀ ପୁଟେଲ ରହିଛନ୍ତି।ତେବେ ରବିବାର ରାତିରେ ଦେଓଗାଁ ର ବାଳିକା ମାନଙ୍କ ଦ୍ଵାରା ପରିବେଷିତ ରାମଳିଲା ନାଟକ ଦର୍ଶକ ମାନଙ୍କ ମନ ମୋହିଥିଲା।