Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ଆସୁଛନ୍ତି ଡେଭିଡ୍ ବେକହାମ, ଓ୍ଵାଙ୍ଖେଡ଼େରେ ବସି ଦେଖିବେ ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲ୍ ମୁକାବିଲା

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୫ ତାରିଖରେ ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ବିଶ୍ଵକପ୍ ୨୦୨୩ର ପ୍ରଥମ ସେମି ଫାଇନାଲ୍ ଖେଳାଯିବ। ଏହି ମ୍ୟାକୁ ନେଇ ସମଗ୍ର କ୍ରିକେଟ୍ ଜଗତରେ ଉତ୍କଣ୍ଠା ପ୍ରକାଶ ପାଇଛି। ସୋମବାର ଜର୍ମାନ ଫୁଟବଲ୍ ଖେଳାଳି ଥମାସ ମୁଲର ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଏକ ଭିଡିଓ ସେୟାର କରିଥିଲେ। ଆଉ ଏବେ ଇଂଲଣ୍ଡର ପୂର୍ବତନ ଫୁଟବଲ୍ ଖେଳାଳି ଡେଭିଡ୍ ବେକହାମ ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲ୍ ଦେଖିବା ପାଇଁ ମୁମ୍ବାଇ ଆସୁଛନ୍ତି। ସେ ଓ୍ଵାଙ୍ଖେଡ଼େରେ ଅନ୍ୟ ମହାନ ବ୍ୟକ୍ତିତ୍ଵଙ୍କ ସହ ବସି ମ୍ୟାଚର ଆନନ୍ଦ ଉଠାଇବେ।

ମାଞ୍ଚେଷ୍ଟର ୟୁନାଇଟେଡ୍ ଓ ରିଏଲ ମାଦ୍ରିଦର ଏହି ପୂର୍ବତନ ଖେଳାଳିଙ୍କ ଭାରତରେ ଅଗଣିତ ପ୍ରଶଂସକ ଅଛନ୍ତି। ଏମିତିରେ ତାଙ୍କର ଆଗମନ କ୍ରିକେଟର ଏହି ମହାକୁମ୍ଭକୁ ଆହୁରି ଉତ୍ସାହରେ ଭରିପାରେ। ସେ ୟୁନିସେଫର ଗୁଡଓ୍ଵିଲ୍ ଆମ୍ବାସଡର ହିସାବରେ ଓ୍ଵାଙ୍ଖେଡ଼େରେ ଉପସ୍ଥିତ ରହିବେ। ତାଙ୍କର ଆଗମନ ଉଭୟ କ୍ରିକେଟ୍ ଓ ଫୁଟବଲ୍ ପ୍ରେମୀଙ୍କୁ ବେଶ ଉତ୍ସାହିତ କରିବ।

ବିଶ୍ଵକପ୍ ୨୦୨୩ରେ ଭାରତୀୟ ଦଳ ଅପରାଜୟ ରହିଛି। ତେଣୁ ସେମି ଫାଇନାଲରେ ଭାରତର ପଲ୍ଲା ଭାରି ରହିଛି। ହେଲେ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଦଳ ସର୍ବଦା ଭାରତକୁ ମାତ୍ ଦେଇ ଆସିଛି। ତେଣୁ ସେମି ଫାଇନାଲ୍ ମୁକାବିଲା ବେଶ ରୋଚକ ହେବ ବୋଲି ଆଶା କରାଯାଉଛି। ଏହି ବିଶ୍ଵକପରେ ଲିଗ୍ ମ୍ୟାଚରେ ଭାରତ କିଓ୍ଵି ଦଳକୁ ଚକମା ଦେଇ ସାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ