Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଳପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ।

କୋକସରା:୧୪/୧୧ ଚାଚା ନେହେରୁ ଙ୍କ ଜନ୍ମ ଜୟନ୍ତୀ ଅବସର ରେ ମଙ୍ଗଳବାର “ଶିଶୁ ଦିବସ” ଜୟପାଟଣା ବ୍ଲକ ରେଙ୍ଗାଳପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଶିଶୁ ଦିବସ ରେ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତ।କାର୍ଯ୍ୟକ୍ରମ କୁ ଛାତ୍ର ଛାତ୍ରୀ ମାନେ ପରିଚାଳନା ସହ ପ୍ରସ୍ତୁତ କରିଥିଲେ। ଅଷ୍ଟମ ଶ୍ରେଣୀ ଛାତ୍ରୀ ମଧୁସ୍ମିତା ସାହୁ,ଗୀତାଞ୍ଜଳି କୁମାର ମଞ୍ଚ ପରିଚାଳନା କରିବା ଥିଲେ। ଶିକ୍ଷକ ଶଶି ଭୂଷଣ ଦଳପତି ,ଦେବାଶିଷ ମହାପାତ୍ର , ଚିନ୍ମୟ ପ୍ରସାଦ ପ୍ରଧାନୀ,ଉଦ୍ଧବ ବାଗ,ସ୍ବେଚ୍ଛାସେବୀ ଶିକ୍ଷୟତ୍ରୀ ଧରିତ୍ରୀ ଦାସ,ଦିବ୍ୟାସିନି ଦୂର୍ଗା ଉପସ୍ଥିତ ଥିଲେ।ସମସ୍ତ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବକ୍ତବ୍ୟ,ସଙ୍ଗୀତ ପରିବେଷଣ ତଥା ନୃତ୍ୟ ପରିବେଷଣ କରାଯାଇଥିଲା।ଶିଶୁଟି ଆସନ୍ତାକାଲି ର ଭବିଷ୍ୟତ ତଥା ଉତ୍ତରାଧିକାରୀ ।ଏଣୁ ଶିଶୁ ହସିଲେ ଦେଶ ହସିବ।ନୂଆ ସମ୍ଭାବନା ର ନୂଆ ଆଶା ତୋଲିବ ,ଏହି ସନ୍ଧର୍ବରେ ଛାତ୍ର ଛାତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଉଦବୋଧନ ପ୍ରଦାନ କରିଥିଲେ। ନିଆଁରା ଢଙ୍ଗ ରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପରିବେଷଣ କାର୍ଯ୍ୟକ୍ରମ ସମସ୍ତ ଙ୍କୁ ଉତ୍ସାହିତ କରିଥିଲା।