Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବିଦ୍ୟାଳୟ ସ୍ତରୀୟ ଭଲିଭଲ ନକ ଆଉଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ,କେସିଙ୍ଗା ଚାମ୍ପିୟାନ।

କୋକସରା:୧୪/୧୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ଜିଲ୍ଲା ର ମହାବିଦ୍ୟାଳୟ ଛାତ୍ର ଙ୍କୁ ନେଇ ଇଣ୍ଟର କଲେଜ ନକ ଆଉଟ ଭଲିଭଲ ଟୁର୍ଣ୍ଣାମେଣ୍ଟ ସୋମବାର ଓ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ସଭାପତିତ୍ୱ ରେ ଉଦଯାପିତ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ବିଜେଡି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ୟୁଥ ରେଡ଼ କ୍ରସ ପରାମର୍ଶ ଦାତା ସୁବ୍ରତ କୁମାର ବେହେରା,ଅଧ୍ୟାପକ ଐରି ନାସନ ଚିନ୍ଦା,ସାମାଜିକ କର୍ମି ବିକ୍ରମ ଗୁପ୍ତା, ପରମାନନ୍ଦ ଗୁପ୍ତା, ଉପସ୍ଥିତ ରହି ଉଦଯାପନି ମ୍ୟାଚ ରେ ଖେଳାଳି ଛାତ୍ର ଙ୍କୁ ଉତ୍ସାହିତ କରିଥିଲେ। ଖେଳ ପରିଚାଳନା ରେ ଡିଗ୍ରୀ ମହାବିଦ୍ୟାଳୟ ର ଖେଳ ଶିକ୍ଷକ ପ୍ରତାପ ଚନ୍ଦ୍ର ବିଶି, ଭଳିବଲ କୋଚ ଜ୍ଞାନେନ୍ଦ୍ର ବଢ଼େଇ, ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି, ରାଜୁ ଖରସେଲ କରିଥିବା ବେଳେ ଖେଳ ର ଧାରା ବିବରଣ ସୁନିଲ କୁମାର ପ୍ରଧାନୀ ଦେଇଥିଲେ। ଫାଇନାଲ ଖେଳ ରେ କେସିଙ୍ଗା ଓ କୋକସରା ମହାବିଦ୍ୟାଳୟ ମଧ୍ୟରେ ଫାଇନାଲ୍ର ରେ କେସିଙ୍ଗା ଚାମ୍ପିୟାନ ହୋଇ ଟ୍ରଫି ହାସିଲ କରିଥିଲେ।କାର୍ଯ୍ୟକ୍ରମ କୁ କଲେଜ ର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।