Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସେବା ପକ୍ଷରୁ ଶିଶୁ ଦିବସ ପାଳନ

ସମ୍ବଲପୁର(ହୀରାକୁଦ):ପବିତ୍ର ଶିଶୁ ଦିବସ ଅବସରରେ ସେବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଅମର ତାଣ୍ଡିଆଙ୍କ ନେତୃତ୍ୱରେ ହୀରାକୁଦ ସ୍ଥିତ କଳ୍ପତରୁ ଅନାଥ ଆଶ୍ରମ ଠାରେ ପାଳନ ହୋଇ ଯାଇଛି। ଏହି ଅବସରରେ ଶିଶୁ ମାନଙ୍କୁ ନେଇ ବିଭିନ୍ନ ପ୍ରକାରର ସଂସ୍କୃତିକ,ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ଏହାପରେ ଏକତ୍ର ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା।ଏହାକୁ ନେଇ ସାଧାରଣରେ ବେଶ ପ୍ରଶଂସିତ ହୋଇଛି।ମୁଖ୍ୟ ଅତିଥି ଭାବରେ ଡ଼.ଦିଲୀପ କୁମାର ମୁଦୁଲି ଉପସ୍ଥିତ ଥିଲେ ଓ ଅନ୍ୟ ଅତିଥି,ସେବା ଅନୁଷ୍ଠାନର ସଭ୍ୟ ମାନଙ୍କ ମଧ୍ୟରେ ଗୌରୀ ଶଙ୍କର ମିଶ୍ର, ସତ୍ୟେନ୍ଦ୍ର କୁମାର ଦାଶ,ସୁପ୍ରୀତ ନାୟକ, ପଦ୍ମନାଵ ବାରିକ, ସତ୍ୟ ବଗର୍ତ୍ତି, ଅଭିନାସ,ଶୁଭମ ଦେହୁରୀ,ଲଷ୍ମୀ ମହାପାତ୍ର, ଦୁଲାଲ ଚନ୍ଦ୍ର ରାୟ, ମଞ୍ଜୁ ଓରାମ,ବୈକୁଣ୍ଠ କାରୁଆ, ତପନ କଲସୁଆ, ମାନଭଞ୍ଜନ ପ୍ରସାୟତ, ଚିତ୍ତ ମୁଣ୍ଡା, ବିଜୟ ସାହୁ, ୟୁନୁସ ଖାନ, ବୋଲୁ ସିଂ, ଗଜାନନ ବାଗ,ଅମିତ ଓ ମନିକା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ଓ ସହଯୋଗ ମଧ୍ୟ କରିଥିଲେ ।