Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କେସାଇବାହାଲ ରେ ନେହେରୁ ଜୟନ୍ତି ସହ ମଧୁମେହ ଦିବସ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ଅନ୍ତର୍ଗତ କେସେଇବାହଲ ସ୍ଥିତ ଗଣପତି କ୍ଲଵ ପରିସର lରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବହରଲାଲ ନେହେରୁଙ୍କର ଜୟନ୍ତି ଉତ୍ସବ ସହ ବିଶ୍ଵ ମଧୁମେହ ଦିବସ ପାଳିତ ହୋଇଯାଇଛି। ନାରୀ ସ୍ୱେଚ୍ଛା ସେବୀ ବିଣାପାଣି ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନେହେରୁ ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ରାଷ୍ଟ୍ର ନିତିଜ୍ଞ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ସେ ତାଙ୍କ ବ୍ୟକ୍ତବ୍ୟରେ ନିଜର ଜୀବନଶୈଳୀ ବଦଳାଇଲେ ଯାଇ ମଧୁମେହ ରୁ ମୁକ୍ତ ମିଳିବ ବୋଲି ମତ ରଖିଥିଲେ। ପଣ୍ଡିତ ଅଲେଖ କୁମାର ପତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ନେହେରୁ ଶିଶୁ ପ୍ରିୟ ଥିଲେ ବୋଲି ମତ ବ୍ୟତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜ ସେବୀ ରବୀନ୍ଦ୍ର କୁମାର ଦାସ, ଉଦୟ ଚନ୍ଦ୍ର ଦିବେଦୀ , ପ୍ରଫୁଲ୍ଲ କୁମାର ଧାନ, ସବିତା ଲାକ୍ରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନେହେରୁଙ୍କୁ ଶ୍ରଦ୍ଧା ସୁମନ ଜଣାଇଥିଲେ। ପ୍ରାରମ୍ଭରେ ସୁଜ୍ଞାନି ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ତପନ ଖଣ୍ଡେଲୱାଲ, ପାର୍ବତୀ ନାୟକ, ଜୟନ୍ତି ସାହୁ, ଲୋକନାଥ ବେହେରା, ସୁବାଷ ମାଝୀ, ଧରଣୀଧର ମୁଣ୍ଡା, ଭ୍ରମରବର ରାଉତ, ମୂଲ୍ୟ ନାଏକ, ମନ୍ଦାକିନୀ ଧର, ତୁଳସୀ ମାକର, ଲକ୍ଷ୍ମୀ ପ୍ରିୟା ଗୌଡ, ତୁଳସୀ ମଞ୍ଜରୀ ବହିଦାର , ଅରୁଣ କୁମାର ସାହୁ, ନିତୁ କୁଜୁର, ପ୍ରମୁଖ ନେହେରୁଙ୍କୁ ଶ୍ରଦ୍ଧା ସୁମନ ପୂର୍ବକ ପୁଷ୍ପ ପ୍ରଦାନ କରିଥିଲେ। ସଭାପରେ ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ ସହାୟିକା ସବିତା ଲାକ୍ରା ୩୨ ଜଣ ରୋଗୀଙ୍କ ରକ୍ତ ଶର୍କରା ଓ ବ୍ଲଡ଼ ପ୍ରେସର୍ ପରୀକ୍ଷା କରିଥିଲେ। ଶେଷରେ ଅଦା କର୍ମୀ ଜୟନ୍ତୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।