Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରୀଷ୍ଣା ଆଦିବାସୀ କ୍ଳବ, ନିର୍ଗୁଣପଡା ତରଫରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ

ସମ୍ବଲପୁର:କ୍ରୀଷ୍ଣା ଆଦିବାସୀ କ୍ଳବ ଆନୁକୂଲ୍ୟରେ ଆଜିଠାରୁ ୨୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଗୋଟି ଦଳ ଯଥା-ସରଳାକାନି, ଯଟୁପଡା,ଦୁମେରପଡା,ଜମାଦାରପାଲି,ସିଂପାଳି,କିଂ ଏଫ ସି, ସୁଖାପଡା, ବରମପୁରା, ରାଣୀବନ୍ଧ, ଜୁନିଅର୧୧,ହିଣ୍ଡାଲକୋ, ଗେଙ୍ଗୁଟିପାଲି, ଜୟ ଦୁର୍ଗା କ୍ଳବ, ବସୁନ୍ଧରା, ଝାରସୁଗୁଡା, ନିର୍ଗୁଣପଡା ଭାଗ ନେଇଛନ୍ତି।ଏହି ଅବସରରେ ବବୃବାହନ ଭୋଇ( ନିର୍ଗୁଣପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାଜେନ୍ଦ୍ର ଓରାମ,ବିଜୁ ସ୍ମୃତି କମିଟିର ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ ସଂମାନୀୟ ଅତିଥି,କ୍ରୀଷ୍ଣା ଆଦିବାସୀ କ୍ଳବ ସଭାପତି ଭୀମ ଓରାମ,କ୍ରୀଷ୍ଣା ଆଦିବାସୀ କ୍ଳବ ସମ୍ପାଦକ ସୁରେଶ ଓରାମ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ କ୍ଳବର ସଦସ୍ୟ ମଧୁ ଓରାମ, ପ୍ରଶାନ୍ତ ଦାସ, ଅଜିତ ଓରାମ, ଜଗଦୀଶ ଓରାମ,ମହେଶ ଓରାମ ପ୍ରମୁଖ ସହଯୋଗ କରିଥିଲେ ଓ ଗ୍ରାମର ଯୁବବର୍ଗ ଉତ୍ସାହିତ ହୋଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ