ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ରଣ ହୁଙ୍କାର ଦେଲେ ବିଜେପି କର୍ମକର୍ତ୍ତା, ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ।

କୋକସରା:୧୫/୧୧ ଓଡିଶା ବିଜେଡି ସରକାର ଙ୍କ ଦୁର୍ନୀତି ଅପାରଗତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବୁଧବାର କୋକସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯାଇଛି। କୋକସରା ଜଗନ୍ନାଥ ମନ୍ଦିର ରୁ ଏକ ବିରାଟ ପଟୁଆରରେ ଦଲୀୟ କର୍ମକର୍ତ୍ତା ମାନେ ସହର ପରିକ୍ରମା କରି ରାଜ୍ୟ ସରକାରଙ୍କ ବିରୋଧ ରେ ନାରାବାଜି କରି କୋକସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ସାଧାରଣ ସଭା ରେ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣି ମହାପାତ୍ର ଙ୍କ ନେତୃତ୍ୱରେ ଜିଲ୍ଲା ଉପ ସଭାପତି ଅଜୟ ପାଣିଗ୍ରାହୀ,ଲକ୍ଷ୍ମୀକାନ୍ତ ବାଗ, କାଳୀପ୍ରସାଦ ରାୟଗୁରୁ, ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଭାରତ ଭୂଷଣ ଦେଓ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭବେନ୍ଦ୍ର ପଣ୍ଡା, ବ୍ଲକ ସମ୍ପାଦକ ତ୍ରିନାଥ ଶବର ମହିଳା ନେତ୍ରୀ କୁନ୍ତି ପାଳ,ଦଲୀୟ ନେତାମାନେ ରାଜ୍ୟ ସରକାର ଙ୍କ ଦୁର୍ନୀତି, ଅପାରଗତା ଓ ଭ୍ରଷ୍ଟାଚାର ରେ ରାଜ୍ୟ ବାସୀ ଅତିଷ୍ଠ ହୋଇ ପଡିଛନ୍ତି। କୋକସରା ବ୍ଲକ ରେ ଇନ୍ଦ୍ରାବତୀ ବାମ ମେଗାଲିଫ୍ଟ କେନାଲ ଥାଇ ମଧ୍ୟ ଆଜି ବ୍ଲକ ର ଅନେକ ପଞ୍ଚାୟତ ରେ ମରୁଡି ପରିସ୍ଥିତି ଦେଖାଦେଇଛି,ବିଭିନ୍ନ ପଞ୍ଚାୟତ ରେ ଗରିବ ହିତାଧିକାରୀଙ୍କ ପିଡ଼ିଏସ ସାମଗ୍ରୀ ବାଟ ମାରଣା, ଆଵାସ ଯୋଜନା ରେ ଦୁର୍ନୀତି, ମନରେଗା ରେ ଶ୍ରମିକ ଙ୍କ ହକ ମାରିବା,ସାହାଜଖୋଲ ସଂଗ୍ରକ୍ଷିତ ଜଙ୍ଗଲ କାଠ ମାଫିଆ, ମକା ମାଫିଆ ଙ୍କ କାରଣରୁ ର ଅସ୍ତିତ୍ବ ହରାଇବା ସହ ପଦା ହେବା ଏହାର ମାତ୍ର ଉଦାହରଣ ,କେବଳ ଭୋଟ ରାଜନୀତି କରୁଛନ୍ତି ରାଜ୍ୟ ସରକାର ଆଜି ରାଜ୍ୟରେ ତାମିଲ ଶାସନ ଚାଲିଛି ବୋଳି ରଣ ହୁଙ୍କାର ଦେଇଥିଲେ ଓ ଆଗାମୀ ସମୟରେ ବିଜେପି ଏହାର ଦୃଢ଼ ଜବାବ ଦେବ ବୋଳି କହିଛନ୍ତି। ଗୋଦାବରୀଶ ପାତ୍ର ମଞ୍ଚ ସଂଯୋଜନା କରିଥିଲେ।ପରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ବ୍ଲକ ପ୍ରଶାସନିକ ଅଧିକାରୀ ଙ୍କ ଜରିଆରେ ଦେଇଥିଲେ। ଭାଜପା କୋକସରା ୩ ମଣ୍ଡଳ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।