Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମେଘପାଳ ପଞ୍ଚାୟତ ପାଠାଗାରକୁ ବହି ଦାନ କଲେ ଶିକ୍ଷକ

ସମ୍ବଲପୁର:ବଣପାହାଡ ଘେରା ମେଘପାଳ ପଞ୍ଚାୟତରେ ଗଢିଉଠିଛି ଗୋଟିଏ ପଞ୍ଚାୟତ ଲାଇବ୍ରେରୀ । ପଞ୍ଚାୟତ ସ୍ତରରେ ସରପଞ୍ଚ ଶ୍ରୀମତୀ ମମତା ପ୍ରଧାନଙ୍କ ଚେଷ୍ଟାରେ ଗଢି ଉଠିଥିବା ଏହି ପାଠାଗାର ସାରା ଓଡିଶାରେ ପ୍ରଥମ ଅଟେ । ପାଠାଗାର ହେଉଛି ଜ୍ଞାନର ଗନ୍ତାଘର । ଏହା ସମାଜକୁ ସଂସ୍କାର କରି ଉତ୍ତମ ପଥ ପ୍ରଦର୍ଶନ କରେ ବୋଲି ପାଠାଗାର ପରିଦର୍ଶନରେ ଆସିଥିବା ସ୍ବନାମଧନ୍ୟ ଶିକ୍ଷକ ତଥା ଶିଶୁ ସାହିତ୍ୟିକ ଡଃ ପ୍ରଦୀପ କୁମାର ପଣ୍ଡା ତାଙ୍କ ମନ୍ତବ୍ୟରେ କହିଛନ୍ତି । ଏହା ସହିତ ମେଘପାଳ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମମତା ପ୍ରଧାନ ଓ ଏହି ଅନୁଷ୍ଠାନରେ ସଂପୃକ୍ତ ସମସ୍ତ ଜନପ୍ରତିନିଧି , ସମାଜସେବୀ ଏବଂ ବ୍ୟକ୍ତିବିଶେଷଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଥିଲେ । ବିଶେଷ କରି ଡଃ ରାଜାରାମ ଷଡ଼ଙ୍ଗୀଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଥିଲେ ଯେ ପାଠାଗାରର ପୁସ୍ତକ ଚୟନ ସମୟରେ ସମସ୍ତ ଦିଗକୁ ଦୃଷ୍ଟି ଦେଇ ତାଳିକା ପ୍ରସ୍ତୁତ କରିବାଠାରୁ ପୁସ୍ତକ ପହଞ୍ଚିବା ପର୍ଯ୍ୟନ୍ତ ଅହରହ ପରିଶ୍ରମ କରିଛନ୍ତି । ଏହି ଅବସରରେ ଡ଼ଃ ପଣ୍ଡା ସ୍ବରଚିତ ପୁସ୍ତକ ସହିତ ସ୍ଵର୍ଗତ ଧରଣୀଧର ପ୍ରଧାନଙ୍କ ସ୍ବରଚିତ ୨୦ ଖଣ୍ଡ ପୁସ୍ତକ ପାଠାଗାରକୁ ଦାନ କରିଥିଲେ । ଏହି ଅବସରରେ ମେଘପାଲର ସରପଞ୍ଚ ଉପସ୍ଥିତ ରହି ପୁସ୍ତକ ଗ୍ରହଣ କରିବା ସହିତ ଧନ୍ୟବାଦ ଦେଇଥିଲେ ।