Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ବୀର ବିର୍ସାମୁଣ୍ଡା ଜୟନ୍ତୀ

ସମ୍ବଲପୁର:ଆଜି ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ସ୍ୱ।ଧିନତା ସଂଗ୍ରାମୀ ବୀର ବିର୍ସାମୁଣ୍ଡା ଙ୍କ ୧୪୮ ତମ ଜୟନ୍ତୀ ସଭା ଆଜି ସମ୍ବଲପୁର ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ମୁରଲିଧର ନାଏକ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲା ଆଦିବାସୀ ଦଳିତ ସେନାର ସଭାପତି ସୁବେଶ ମୁଣ୍ଡା ମୂଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ ମୁସଲିମ ସିଟିଜନ ଫୋରମ୍ ର ସମ୍ବଲପୁର ଜିଲ୍ଲା ସଭାପତି ଏମଡି ନୱ।ବ, ସାମାଜିକ ଅନୁଷ୍ଠାନ ସେବାର ସଭାପତି ଦିପକ ପାଣ୍ଡେ, ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଉପାଧ୍ୟକ୍ଷା ରୁପାଞ୍ଚଲି ରଣବିଡା ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ବୀର ବିର୍ସାମୁଣ୍ଡା ଙ୍କ ଜୀବନ ତଥା ସଂଗ୍ରାମ ନେଇ ଆଳୋଚନା କରାଯିବା ସହ ବହୁ ରକ୍ତଦାନ କ୍ଷେତ୍ରରେ ଅବଦାନ ପାଇଁ କିଶୋର ନାୟକ, ଆନନ୍ଦ ପ୍ରସାଦ ଚାଆଁର,କୈଳାଶ ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ପରିଷଦର ମହାସଚିବ ମୋମିନା ଖାତୁନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜୟନ୍ତୀ କାର୍ଯ୍ୟକ୍ରମ ପରିଚାଳନା ରେ ଗିରିଧାରୀ ଖୁରା, ଶେଖ୍ ଇନ୍ତିଖାପ୍,ସୁନିଲ କୁମାର ହଂସା ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ