Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ବିଜେପିର ତହସିଲ ଘେରାଉ

ସମ୍ବଲପୁର ତା.୧୫/୧୧ – ସମ୍ବଲପୁର ପୋୖରାଞ୍ଚଳ, ବୁର୍ଲା ଏନ.ଏ.ସି ହୀରାକୁଦ ଏନ.ଏ.ସି ଓ ୧୨ ଗୋଟି ପଞ୍ଚାୟତ କୁ ନେଇ ୨୦୧୩ ରେ ଘୋଷଣା ହେଲା ସମ୍ବଲପୁର ମହାନଗର ନିଗମ । ଦୀର୍ଘ ୧୦ ବର୍ଷ ପରେ ମଧ୍ୟ ସ୍ଥିତି ଯଥା ପୂର୍ବମ ତଥା ପରମ । ମହାନଗର ନିଗମ ଅଞ୍ଚଳବାସୀ ନା ପାଇଛନ୍ତି ନିର୍ବାଚିତ ପ୍ରତିନିଧି ନା ପାଉଛନ୍ତି ସର୍ବନିମ୍ନ ପୋୖର ସୁବିଧା । ପ୍ରସାନିକ ଅଧିକାରୀ ଙ୍କ ଦ୍ଵାରା ପରିଚାଳିତ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ସାଜିଛି ଦୁର୍ନୀତି ର ଗନ୍ତାଘର ।
ଏମିତି ଅନେକ ସମସ୍ୟା ଘେରରେ ରହିଥିବା ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ରେ ଏକ ଅଦ୍ଭୁତ ସମସ୍ୟାରେ ଛନ୍ଦି ହୋଇଛନ୍ତି ସାମିଲ ହୋଇଥିବା ୧୨ ଗୋଟି ପଞ୍ଚାୟତବାସୀ । ମହାନଗର ନିଗମ ରେ ଯୋଡି ହୋଇଥିବା ୧୨ ଗୋଟି ପଞ୍ଚାୟତ ବାସୀ ପୋୖର ସୁବିଧାରୁ ସମ୍ପୂର୍ଣ୍ଣ ବଞ୍ଚିତ ରହିଛନ୍ତି । ମହାନଗର ନିଗମ ବିଜ୍ଞପ୍ତି ପ୍ରକାଶ ପରେ ନା ପାଇଛନ୍ତି ଗ୍ରାମାଞ୍ଚଳର ସୁବିଧା ନା ପାଉଛନ୍ତି ପୋୖରାଞ୍ଚଳ ର ସୁବିଧା । ଏହାକୁ ନେଇ ବିଭିନ୍ନ ସମୟରେ ଅନେକ ଆନ୍ଦୋଳନ କଲାପରେ ମଧ୍ୟ କୁମ୍ଭକର୍ଣ ନିଦ୍ରାରେ ସୋଇଥିବା ପ୍ରଶାସନ ର ନିଦ୍ରା ଭଙ୍ଗ ହେଉ ନାହିଁ । ମହାନଗର ନିଗମ ଅଞ୍ଚଳବାସୀ ନା ପାଉଛନ୍ତି କେନ୍ଦ୍ରୀୟ ଯୋଜନା ର ସୁଫଳ ନା ରାଜ୍ୟ ସରକାରଙ୍କ ଯୋଜନା ର ସୁଫଳ ।
ଏହି ମର୍ମରେ ରେ ଆଜି ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ମାନେଶ୍ୱର ବ୍ଲକ ଅନ୍ତର୍ଗତ ପୁରୁଣା ପାଞ୍ଚୋଟି ପଞ୍ଚାୟତ ମାନେଶ୍ୱର, ଗୁଣ୍ଡେର୍ପୁର, ମଠପାଲି, ସିନ୍ଦୁର୍ପଙ୍କ, ଠେମରା ପଞ୍ଚାୟତ ର ଲୋକେ ଘେରିଥିଲେ ମାନେଶ୍ୱର ତହସିଲ କାର୍ଯ୍ୟାଳୟ । ଲେଙ୍ଗାଲି ବିଧାୟକ ନାଉରି ନାୟକଙ୍କ ନେତୃତ୍ୱରେ ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଆଜି ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚି ଧାରଣା ଦେଇଥିଲେ । ପରିସ୍ଥିତି ଅନାୟତ୍ତ ହେବାରୁ ଶେଷରେ ତହସିଲର ଜ୍ୟୋତ୍ସ୍ନାମୟୀ ସାହୁ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ସେ ଏହି ଦାବୀ କୁ ନେଇ ଉଚିତ୍ ପଦକ୍ଷେପ ଗ୍ରହଣ କରି ଯଥା ଶିଘ୍ର ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଜମି ପଟ୍ଟା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନକାରୀ ମନେ ଆନ୍ଦୋଳନ ରୁ ଓହରିଥିଲେ ।
ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ କହିଛନ୍ତି ଯେ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ଦେବାପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜୀ ଦେଉଛନ୍ତି ହଜାର ହଜାର କୋଟି ଟଙ୍କାର ଅନୁଦାନ । କିନ୍ତୁ, ନିଷ୍କ୍ରିୟ ଅପାରଗ ସ୍ଥାଣୁ ପ୍ରଶାସନ ପାଇଁ ବର୍ଷ ବର୍ଷ ବିତିଗଲା ପରେ ମଧ୍ୟ ଗରିବ ପରିବାର ପାଇ ପାରୁ ନାହାଁନ୍ତି ଯୋଜନା ର ସୁଫଳ । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗେଇ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ଭୂମିହୀନ ଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ । ଜାଗ ମିଶନ ନାଁ ରେ ବିଜ୍ଞାପନ ଦେଇ କୋଟି କୋଟି ଟଙ୍କା ବର୍ବାଦ୍ କରି ସାଧାରଣ ଗରିବ ରାଜ୍ୟବାସୀ ଙ୍କୁ ଭୁଆଁ ବୁଲାଉଛନ୍ତି ।
ଆଜିର ଆନ୍ଦୋଳନ ରେ ମାନେଶ୍ୱର ବ୍ଲକ ଅଧକ୍ଷା ରୁକ୍ମିଣୀ ମହାନନ୍ଦ,ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ମିଶ୍ର ସାଂସଦ ପ୍ରତିନିଧି ରମେଶ ପ୍ରଧାନ,ଧନୁପାଲି ମଣ୍ଡଳ ସଭାପତି ପ୍ରକାଶ ସାହୁଅନିଲ ବର୍ମା, ଭବାନୀ ସୋହେଲା, ମଣ୍ଟୁ ଅଗ୍ରୱାଲ, କିଶୋର ମହାକୁଡ, ସୁରେନ୍ଦ୍ର ପ୍ରଧାନ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ