Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପାଇଁ ପ୍ରସ୍ତୁତ ହେବ ଏମଓପି, ଆଜି ଅପରାହ୍ଣରେ ବସିବ ବୈଠକ

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପାଇଁ ପ୍ରସ୍ତୁତ ହେବ ଏମଓପି। ଏ ନେଇ ଆଜି ଅପରାହ୍ଣରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ। ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ପ୍ରତ୍ନତାତ୍ଵିକ ସର୍ବେକ୍ଷେଣ ସଂସ୍ଥା(ଏସଆଇ) ଓ ସେବାୟତ ଯୋଗ ଦେବେ। କେଉଁ ସମୟରେ ମରାମତି କାର‌୍ୟ୍ୟ ହେବ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। କେତେବେଳେ କାମ ହେବ ସେଇ ସ୍ଥିର କରାଯିବା ସହ ସ୍ଵତନ୍ତ୍ର ବ୍ୟାରିକେଟ୍ ନିର୍ମାଣ ହେବ। ଭାରା ଓ ମଞ୍ଚା ବନ୍ଧାଯିବା ପରେ ମରାମତି କାମ ଆରମ୍ଭ ହେବ। ମରାମତି ପ୍ରକ୍ରିୟା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖନୀୟ ମରାମତି କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଦିନକୁ ୬ ଘଣ୍ଟା ଲେଖାଏଁ କାର‌୍ୟ୍ୟକରି ୧୨୦ ଦିନରେ କାର‌୍ୟ୍ୟ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ। ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା। ମାମଲା ହାଇକୋର୍ଟରେ ଯାଇ ପହଞ୍ଚିଥିଲା। ଉଚ୍ଚ ନ୍ୟାୟାଳୟ ଏହାକୁ ଗୁରୁତର ସହ ଗ୍ରହଣ କରି ଏଏସଆଇକୁ ରିପୋର୍ଟ ତଲବ କରିଥିଲେ। ଏହା ସହିତ ନାଟମଣ୍ଡପ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ