Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଲଛକ ନିକଟରେ ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ବଜାର ନିର୍ମାଣ ପାଇଁ ପଶ୍ଚିମାଞ୍ଚଳ ଏକତା ମଂଚର ପ୍ରସ୍ତାବ

ସମ୍ବଲପୁର:ପଶ୍ଚିମାଂଚଲ ଏକତା ମଂଚ ଏକ ଅଗ୍ରଣୀ ସାମଜିକ ଏବଂ ସାଂସ୍କୃତିକ ସଂଗଠନ ଭାବେ ୨୦୧୩ ମସିହାରୁ ପଶ୍ଚିମ ଓଡିଶାର ୧୧ ଟି ଜିଲ୍ଲାରେ ସମଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ସହ ସାମାଜିକ ଉନ୍ନତି ଦିଗରେ କାର୍ଯ୍ୟକରି ଆସୁଛି । ସମ୍ବଲପୁରୀ ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ତାରିଖକୁ ପଶ୍ଚିମାଞ୍ଚଳ ଏକତା ମଂଚ ସମ୍ବଲପୁରୀ ଦିନ ଭାବରେ ୨୦୧୩ ମସିହାରୁ ପାଲନ ଆରମ୍ଭ କରିଥିଲା । ଯାହା ଆଜି ଦେଶ ବିଦେଶରେ ସବୁ ସମ୍ବଲପୁରୀ ପ୍ରେମୀଙ୍କ ଦ୍ଵାରା ଆଦୃତ ହୋଇଛି ।
ସମ୍ବଲପୁର ର ପରିଚୟ ସମ୍ବଲପୁରୀ ପାଇଁ। ମାତ୍ର ଦୁର୍ଭାଗ୍ଯ ର ବିଷୟ ସମ୍ବଲପୁର ସହରରେ ସମ୍ବଲପୁରୀ କୁ ଦେଖିବା ଜାଣିବା ପାଇଁ ଏପର୍ୟ୍ଯନ୍ତ କୈଣସି ସ୍ବତନ୍ତ୍ର ବେବସ୍ତା କରାଯାଇ ପାରିନାହିଁ। ସେଥିପାଇଁ ୧୧ଟି ପ୍ରସ୍ଥାବ କାର୍ଯ୍ୟକାରୀ କରିବାକୁ ମଂଚ ୨୦୧୪ ମସିହରୁ ପ୍ରସ୍ତାବ ଦେଇ ଆସିଛି।ଆଜି ଜାତୀୟ ପ୍ରେସ ଦିବସ ପାଲନ ଅବସରରେ ସମ୍ବଲପୁର ପ୍ରେସ କ୍ଲବକ ଆସିଥିବା ବେଲେ ରାଜ୍ଯ ସରକାରଂକ ଖାଦ୍ୟ ଯୋଗାଣ ଏବଂ ଖାଉଟୀ କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ସାମାଜିକ କଲ୍ୟାଣ ଏବଂ ବିଜ୍ଞାନ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କୁ ଭେଟି ଜେଲଛକ ନିକଟରେ କିମ୍ବା ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ହେରିଟେଜ ଏରିଆ ପରିସରରେ ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ବିକ୍ରୟ ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ଥାବ ଦିଆଯାଇଛି । ଏହାସହ ପଶ୍ଚିମାଞ୍ଚଳ ଏକତା ମଂଚ ସମ୍ବଲପୁର ଜେଲଛକ ନିକଟରେ ଥିବା ଗୁରୁ ସତ୍ଯ ନାରାୟଣ ସ୍ମୁତି ଉଦ୍ୟାନ ଅଂଚଲକୁ ସମ୍ବଲପୁରୀ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ବିକଶିତ କରିବା ପାଇଁ ରାଜ୍ଯ ସରକାରଙ୍କ ମନ୍ତ୍ରୀ ମାନଙ୍କ ନିକଟରେ ଅନୁରୋଧ କରିଛି। ମନ୍ତ୍ରୀଂକ ଆଲୋଚନା ସମୟରେ ପଶ୍ଚିମାଞ୍ଚଳ ଏକତା ମଂଚର ଆବାହକ ଭବାନୀଶ ଭୋଇ ଏବଂ ଡା.ରାଜାରାମ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ