Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଠାରୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ,

ପୁରୀ: ଆାଜି ଠାରୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହେବ। ଏଏସାଆଇକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନଓସି ପ୍ରଦାନ ପରେ ପ୍ରତିଦିନ ସକାଳ ୬ଟା ରୁ ରାତି ୧୦ ଟା ମଧ୍ୟରେ ମରାମତି କାର୍ଯ୍ୟ କରାଯିବ। ମରାମତି କାର୍ଯ୍ୟକୁ ଟେକ୍ନିକାଲ କମିଟି ଓ ପରିଚାଳନା କମିଟି ସେବାୟତ ସଦସ୍ୟ କରିବେ ତଦାରଖ କରିବେ। ନାଟମଣ୍ଡପର ଗୋଟିଏ ବିମରେ ଫାଟ ଥିବା କହିଛି ଏଏସଆଇ। ୧୨୦ ଦିନ ଭିତରେ ନାଟମଣ୍ଡପ ମରାମତି କାର୍ଯ୍ୟ ସାରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମହାପ୍ରଭୁଙ୍କ ରତ୍ନପଲଙ୍କ ର ମରାମତି ସହ ନୂତନ ରତ୍ନପଲଙ୍କ ନିର୍ମାଣ ହେବ। ରତ୍ନପଲଙ୍କର ମରାମତି ସହ ତିନୋଟି ନୂତନ ସେଟ୍ ନିର୍ମାଣ ହେବ। ବର୍ମାଟିକ କାଠରେ ଏହା ନିର୍ମାଣ କରାଯିବ। ନୂଆବର୍ଷରେ ନୂଆ ରତ୍ନପଲଙ୍କ ରେ ମହାପ୍ରଭୁ ଶୟନ କରିବେ।

ଏହା ସହିତ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଅନଲାଇନରେ ବୁକିଙ୍ଗ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ହୁଇଲ୍ ଚେୟାର ମାଧ୍ୟମରେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଯାଇ ସେଠାରେ ଥିବା ରାମ୍ପ ଯୋଗେ ଶ୍ରୀମନ୍ଦିର ଭିତରକୁ ଯିବେ। ସକାଳ ୧୦ଟାରୁ ୧୧ଟା ଏବଂ ଅପରାହ୍ନ ୩.୩୦ ରୁ ୪ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯିବ। ଏନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ