Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁରକ୍ଷାବଳଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ, କୁଲଗାମରେ ଚାଲିଛି ସର୍ଚ୍ଚ ଅପରେସନ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁଲଗାମରେ ଗୁଳିବିନିମୟରେ ସୁରକ୍ଷାବଳଙ୍କ ଗୁଳିରେ ୫ ଆତଙ୍କାଦୀ ନିହତ ହୋଇଛନ୍ତି। ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ଯବାନଙ୍କୁ ବଡ଼ ସଫଳତା ମିଳିଛି। ମୃତକ ଆତଙ୍କବାଦୀଙ୍କ ସଂଖ୍ୟା ଆହୁରି ବଢିପାରେ। ଏହି ଗୁଳିବିନିମୟ ଡିଏଚ୍ ପୋରା ଅଞ୍ଚଳରେ ଘଟିଛି। ରାଷ୍ଟ୍ରୀୟ ରାଇଫଲ୍ସ, ପୋଲିସ ଓ ସିଆରପିଏଫ ଯବାନଙ୍କ ମିଳିତ ପ୍ରୟାସରେ ଏହି ଅଭିଯାନ ଚଳା ଯାଇଥିଲା। ଆତଙ୍କବାଦୀଙ୍କୁ ଘେରିବା ପରେ ସୁରକ୍ଷାବଳ ଗାଁର ଚତୁଃପାର୍ଶ୍ଵରେ ଲାଇଟ୍ ଲଗାଇ ଦେଇଥିଲେ, ଯଦ୍ଵାରା ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରିବ।

ସୁରକ୍ଷାବଳ ଅନୁସାରେ ଏହି ସବୁ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହା ପୂର୍ବରୁ ନଭେମ୍ବର ୧୫ରେ ସୁରକ୍ଷାବଳ ଉରି ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଥିଲେ। ଅନୁପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ସୁରକ୍ଷାବଳ ଅପରେସନ କାଳି ଲଞ୍ଚ୍ କରିଥିଲେ। ନିପାତ ଆତଙ୍କବାଦୀମାନେ ପାକିସ୍ତାନୀ ଥିଲେ ଏବଂ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଘଟଣା ଘଟାଇକୁ ଉଦ୍ୟମ କରିଥିଲେ।

କାଶ୍ମୀର ଜୋନର ପୋଲିସ ଅନୁଯାୟୀ, କୁଲଗାମ ପୋଲିସ, ସେନା ଓ ସିଆରପିଏଫ ୫ ଆତଙ୍କବାଦୀଙ୍କକୁ ନିପାତ କରିଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସଂପ୍ରତି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ପୂରା ଅଞ୍ଚଳକୁ ଯବାନ ଘେରି ରହିଛନ୍ତି।