Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିସେମ୍ବର ୧୫ରୁ କଲେଜରେ ପଡ଼ିବ ତାଲା, ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ ପାଠପଢା !

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧୫ ତାରିଖରୁ କଲେଜରେ ପଡ଼ିବ ତାଲା। ଆଉ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ ପାଠପଢା। ନିଜର ୪ ଦଫା ଦାବିରେ ୬୬୨ ବର୍ଗ କଲେଜ ସଂଘ ଲୋୟର ପିଏମଜିରେ ମହା ଆନ୍ଦୋଳନ କରିବ । ଏନେଇ ଶୁକ୍ରବାର ୬୬୨ ବର୍ଗ କଲେଜ ସଂଘର ସଭାପତି ଗୋଲକ ନାୟକ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୪ ଦଫା ଦାବି ନେଇ ଦୀର୍ଘ ୨୭୮ ଦିନ ହେଲା ଲୋୟର ପିଏମଜିଠାରେ ବିଭିନ୍ନ ଦାବି ନେଇ ଧାରଣାରେ ବସି ରହିଛି ସଂଘ। ତେବେ ରାଜ୍ୟ ସରକାର ଉକ୍ତ ଦାବିଗୁଡ଼ିକ ଉପରେ କର୍ଣ୍ଣାପତ କରୁନାହାନ୍ତି। ସଂଘର ଦାବିଗୁଡ଼ିକ ହେଲା ସମାନ ଗ୍ରେଡ ପେ ଆଧାରରେ ସମସ୍ତ ବର୍ଗଙ୍କୁ ସମାନ ଦରମା, କର୍ମଚାରୀଙ୍କୁ ପେନସନ ପରିସରଭୁକ୍ତ କରିବା, ୨୦୧୮ ଜି.ଓ. ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ ଓ ବାଦ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଆଦି ସାମିଲ୍।

ଏମିତି ହେଲେ ପରୀକ୍ଷା ପାଖେଇ ଆସୁଥିବା ବେଳେ କଲେଜ ପଢୁଥିବା ଛାତ୍ର-ଛାତ୍ରୀଙ୍କ ପାଠପଢା ପ୍ରଭାବିତ ହୋଇପାରେ। କାରଣ ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରୁ ପରୀକ୍ଷା ଆରମ୍ଭ ହେବ। ଯଦି ରାଜ୍ୟ ସରକାର ଦାବି ପୂରଣ ଉପରେ ପଦକ୍ଷେପ ନ ନିଅନ୍ତି ତେବେ ସ୍ଥିତି ଜଟିଳ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ