Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ।

କୋକସରା:୧୭/୧୧ କୋକସରା ବ୍ଲକ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଗୋ ତୋ ମୁଣ୍ଡା ପଞ୍ଚାୟତ ଚୋ ର ନି ଦ୍ୱାର ଓ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଆମ୍ବ ବଗିଚା ରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ ଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ଭାବେ ଆତ୍ମା କମିଟିର ଅଧ୍ୟକ୍ଷ ଋତୁରାଜ ମାଝୀ, ସମ୍ମାନିତ ଅତିଥି ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପୁଝାରି, ବ୍ଲକ ସଂଯୋଜକ ଓଏଲ ଏମ ସୁରେଶ ରାଉତ,ଆତ୍ମା କମିଟିର ସଦସ୍ୟ କୁମୁଦ ପାତ୍ର,ଛତୁ ଚାଷ ବିଶେଷଜ୍ଞ ରିକିରାମ ପୁଟେଲ, ସଫଳ ଯୁବ ଚାଷି ସୁଧାଂଶୁ ଦାସ ଯୋଗଦେଇ ଉପସ୍ଥିତ ଚାଷୀ ଙ୍କୁ କେବଳ ଧାନ ଚାଷ ରେ ସୀମିତ ନ ରହି ଉଦ୍ୟାନ କୃଷି ପ୍ରତି ଆଗଭର ହେବାକୁ ପରାମର୍ଶ ଦେଇଥିଲେ। ଶୁକ୍ରବାର ଆମପାଣି ପଞ୍ଚାୟତ କନ୍ଦାଗଡ଼ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ,ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ଏମ ଡି ତ୍ରିଲୋକେଶ୍ୱର ଏଫ ପି ଓ ଶରତ ଚନ୍ଦ୍ର ମୁଣ୍ଡ, ସଫଳ ଚାଷି ଗୋକୁଳ ଯୋଶୀ ପ୍ରମୁଖ ଯୋଗ ଦେଇଥିଲେ। ଉଦ୍ୟାନ କୃଷି ରେ ଅନ୍ତର୍ଭୁକ୍ତ ଥିବା ବିଭିନ୍ନ ଚାଷ ଉପରେ ଆଲୋଚନା ସମୟରେ ଆମପାଣି ଅଞ୍ଚଳ ର ଚାଷୀମାନେ ବିଭଗ ତରଫରୁ ଚାଷି ଙ୍କୁ କୌଣସି ସୂଚନା ଦିଆ ଯାଉନାହିଁ କିମ୍ବା ଆସୁଥିବା ଉଦ୍ୟାନ କୃଷି ଯୋଜନା ସମ୍ପର୍କରେ ଚାଷି ଉପଯୁକ୍ତ ପରାମର୍ଶ ପାଉ ନଥିବା ଅଭିଯୋଗ କରିଥିଲେ। ଏନେଇ ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ ଙ୍କୁ ପଚାରିବାରୁ ସରକାରୀ ସ୍ତରରେ ଯେଉଁ ସବୁ ଯୋଜନା ଚାଷି ଙ୍କ ପାଇଁ ଆସୁଛି ତାହା ଆମେ ଜଣାଉଛୁ ବୋଳି କହିଛନ୍ତି।ଏହି କାର୍ଯ୍ୟକ୍ରମ କୁ ଉଦ୍ୟାନ କୃଷି କର୍ମଚାରୀ ବାସନ୍ତୀ ଭତ୍ରା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।