Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶିବାହଲ ପଞ୍ଚାୟତ ହାଇସ୍କୁଲରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ,ପ୍ରକଳ୍ପ ପ୍ରଦର୍ଶିତ।

କୋକସରା:୧୭/୧୧ କୋକସରା ବ୍ଲକ କାଶିବାହଲ ପଞ୍ଚାୟତ ଧନସରା ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନ ମେଳା ବାଳ ବୈଜ୍ଞାନିକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟରେ କୋକସରା ବ୍ଲକ ଶିକ୍ଷା ଅଧିକାରିଣୀ ରଶ୍ମିତା ନେତମ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କାଶିବାହଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ମୁଖ୍ୟ ବକ୍ତା ଭାବେ ତାଲାଗା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଳାମ୍ବର ଦାସ, ପ୍ରଧାନ ଶିକ୍ଷକ ଶୁବ୍ରାଂଶୁ ଶେଖର ବେହେରା, କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ସମିତି ସଭ୍ୟ ଗଜାନନ ନିଆଲ,ସ୍କୁଲ ପରିଚାଳନା କମିଟିର ସଭାପତି ଶଙ୍କର ସତନାମୀ, ସମାଜସେବୀ ପ୍ରଭାକର ବେହେରା,ମଣିଭଦ୍ର ପଣ୍ଡା, ସମ୍ପାଦକ ଶିକ୍ଷକ ସଂଘ ସଞ୍ଜୟ ପଣ୍ଡା ଉପସ୍ଥିତ ରହି ବ୍ଲକ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରୁ ଏହି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ମେଳା ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ,ଆଜି ଚନ୍ଦ୍ରଜାନ ୩ ରେ ଭାରତୀୟ ପହଞ୍ଚି ବିଶ୍ଵ ରେ ଭାରତୀୟ ବୈଜ୍ଞାନିକ ଙ୍କ ଉଚ୍ଚକୋଟିର ଜ୍ଞାନ କୌଶଳ ର ନିଦର୍ଶନ ଦେଖାଇ ସାରା ବିଶ୍ୱ ରେ ଭାରତ ଦେଶ ର ନାଁ ଗୌରାବାନ୍ୱିତ କରିଛନ୍ତି।ଆଜିର ଡିଜିଟାଲ ଯୁଗରେ ଆମକୁ ଆଗକୁ ବଢିବାକୁ ହେଲେ ବିଜ୍ଞାନ ଜ୍ଞାନ କୌଶଳ ପ୍ରତି ଏକାଗ୍ରତା ବୃଦ୍ଧି କରିବାକୁ ପଡିବ ବୋଳି ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ଏହି ବାଳ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନ ମେଳା ରେ ମୋଟ ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ଉପସ୍ଥିତ ଅତିଥି ମାନେ ପ୍ରକଳ୍ପ ବୁଲି ଦେଖି ଛାତ୍ରଛାତ୍ରୀ ଙ୍କୁ ପ୍ରଶଂସା କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ମୁଖ୍ୟ ବକ୍ତା ପ୍ରଧାନ ଶିକ୍ଷକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଅଶୋକ କୁମାର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୋକସରା ବ୍ଲକ ଜନାର୍ଦ୍ଦନ ପଣ୍ଡା, ପ୍ରଧାନ ଶିକ୍ଷକ ନେଗିଗୁଡା ଯୁବରାଜ ଜାଲ, ଶିକ୍ଷକ ସାମନ୍ତ କୁମାର ପାଟଯୋଶୀ,ସ୍କୁଲ କମିଟି ସଦସ୍ୟ ମାର୍କଣ୍ଡ ବେମାଲ,ସ୍କୁଲ ପାଇଁ ଜମି ଦାନ ଦେଇଥିବା ଯୁଗଳ ନାଏକ, ସହ ଶିକ୍ଷକ ଅରେବେଡା ଅମରେଶ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ବିଜ୍ଞାନ ମେଳା ରେ ବରିଷ୍ଠ ବର୍ଗ ରେ ୪୫ଟି ପ୍ରକଳ୍ପ ଓ କନିଷ୍ଠ ବର୍ଗ ରେ ୨୫ ମୋଟ ୭୦ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବରିଷ୍ଠ ବର୍ଗ ରେ ଆଦର୍ଶ ବିଦ୍ୟାଳୟ ର କ୍ରିଷ୍ଣ। ପାଣିଗ୍ରାହୀ, ର ଏ ନ ଗୁଡା ଉଚ୍ଚ ବିଦ୍ୟାଳୟ ଛାତ୍ର ପ୍ରସନ୍ନ ଜିତ ପୁଝାରି, ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡୋ ଙ୍ଗ ରି ଗୁଡା ଛାତ୍ରୀ ଲିପ୍ସା ରାଣି ରାଉତି ତୃତୀୟ ହୋଇଥିବା ବେଳେ କନିଷ୍ଠ ବର୍ଗ ରେ ସରକାରୀ ଉଚ୍ଚ ବିଦ୍ୟାଳୟ ମୋଟେର ଛାତ୍ର ଦୀପଙ୍କର ଦାସ ପ୍ରଥମ, ଆଦର୍ଶ ବିଦ୍ୟାଳୟ ଛାତ୍ର ଆୟୁଷ୍ମା ନ ମହାପାତ୍ର ଦ୍ଵିତୀୟ ଓ ଧନ ସରା ଉଚ୍ଚ ବିଦ୍ୟାଳୟ ଛାତ୍ର ହୀମେଶ ବେମାଲ ତୃତୀୟ ସ୍ଥାନ ପାଇଛନ୍ତି । ଉଭୟ ବର୍ଗ ରେ ୧ ମ ଓ ୨ୟ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇଛନ୍ତି।ଏହି ଅଵସରରେ ବିଜ୍ଞାନ ଭିତ୍ତିକ ନାଟକ ଧରିତ୍ରୀ ମା ର ଦୁଃଖ କୁ ଧନ ସରା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ମଞ୍ଚସ୍ତ କରିଥିଲେ। କାର୍ଯ୍ୟକ୍ରମ କୁ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।