Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ ବିଜେପି କର୍ମକର୍ତ୍ତା, ଦାବିପତ୍ର ପ୍ରଦାନ।

କୋକସରା:୧୭/୧୧ ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ବିଜୟ ଦେବ ସାହୁଙ୍କ ନେତୃତ୍ୱରେ ରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରାଷ୍ଟାଚାର ଓ କୁଶାସନ ବିରୋଧରେ କଲମପୁର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ନିର୍ମାଲ୍ୟକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟଳୟକୁ ଯାଇଥିଲେ। ରାଜ୍ୟ ସଂଗଠନର ଆହ୍ୱାନରେ ଆଜି କଲମପୁରଠାରେ ଆୟୋଜିତ ଏହି ବିକ୍ଷୋଭ ସଭାରେ ଜିଲ୍ଲା ସଭାପତି ଆର୍ତତ୍ରାଣ ମହାପାତ୍ର, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଭାରତ ଭୁଷଣ ଦେଓ, ଦୀପଜ୍ୟୋତି ମୁଣ୍ଡ, ସାଧାରଣ ସମ୍ପାଦକ ସୁଧିର ରଂଜନ ପାଟ୍ଟଯୋଷୀ, ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ରାସନକାର୍ଡ ଦୁର୍ନୀତି, ଭତ୍ତା ଦୁର୍ନୀତି, ଆବାସ ଯୋଜନାର ଦୁର୍ନୀତି ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବାଦ ପଡ଼ିଥିବା ମତବ୍ୟକ୍ତ କରିଥିଲେ। କଲମପୁରଠାରେ ଥିବା ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭିତିଭୂମି ସହ ଆବଶ୍ୟକ ଅଧ୍ୟାପକ ଅଭାବ ଯୋଗୁଁ ଅଂଚଳର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହେଉଥିବା ଦର୍ଶାଇଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ଏବେ ମଧ୍ୟ କଲମପୁର ବ୍ଲକ ଅବହେଳିତ। କେବଳ କଲମପୁର ନୁହେଁ ପଡ଼ୋଶୀ ଥୁଆମୁଳ ରାମପୁର, ଜୁନାଗଡ଼, ଜୟପାଟଣା ବ୍ଲକରୁ ଦୈନିକ ଶତାଧିକ ଲୋକ କଲମପୁର ଗୋଷ୍ଟୀ ସ୍ୱାସ୍ତ୍ୟ କେନ୍ଦ୍ରକୁ ଭରସା କରି ଚିକିତ୍ସିତ ହେବାପାଇଁ ଆସୁଥିବା ବେଳେ ଶଯ୍ୟା ଅଭାବ, ଷ୍ଟାପ ନର୍ସ, ଭଳି କର୍ମଚାରୀ ଓ ଅତ୍ୟାବଶକ ପଦବୀ ସମେତ ୩ ଫେଜ ବିଦ୍ୟୁତ ସେବା ନଥିବାରୁ ଅନେକ ବୈଦ୍ୟୁତିକ ଉପକରଣ ଅଚଳ ହୋଇ ରହିଛି। ଯେଉଁଥିପାଇଁ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉପସ୍ତିତ ନେତୃମଣ୍ଡଳି ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ପ୍ରାଶାସନ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବିଡ଼ିଓ ବିଜୟ କୁମାର ମଡ଼ାଙ୍ଗି ଙ୍କୁ ପ୍ରଦାନ କରିଥିଲେ। କଲମପୁର ମଣ୍ଡଳ ସଭାପତି କମଳ ବାଗ, ହେମନ୍ତ ବେହେରା, ହରେକୃଷ୍ଣ ସାହୁ, ସୌରଭ ବେହେରା ପ୍ରମୁଖ କର୍ମୀ ସକ୍ରିୟ ସହଯୋଗ କରିଥିଲେ।