Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଶଳ ରାଜ୍ୟ ମାନ୍ୟତା ଦାବି ରେ ଧର୍ମଗଡ଼ ସହର ରେ ବନ୍ଦ ପାଳନ,ସହର ଠପ।

ପଶ୍ଚିମ ଓଡ଼ିଶାରେ ସ୍ବତନ୍ତ୍ର କୋଶଳ ରାଜ୍ୟମାନ୍ୟତା ଦାବିରେ ଆଜି କୋଶଳ ରାଏଜ୍ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ କୋସଲ ମହାବନ୍ଦ ଡାକରା ଦିଆଯାଇଛି,ଏହା କୁ ସମର୍ଥନ କରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରେ ବନ୍ଦ ପାଳନ କରାଯାଇଛିl ଏହି ବନ୍ଦର ପ୍ରଭାବରେ ଜରୁରୀ କାଳୀନ ସେବା କୁ ବାଦ ଦେଲେ ସମସ୍ତ ସ୍କୁଲ ,କଲେଜ, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ,ବେସରକାରୀ କାର୍ଯ୍ୟାଳୟ ଓ ଗାଡି ଚଳାଚଳ ବନ୍ଦ ରହିଛି,ବିଭିନ୍ନ ଛକରେ ପିକେଟିଙ୍ଗ କରି ବନ୍ଦ କରୁଛନ୍ତି ଆନ୍ଦୋଳନକାରି l ବନ୍ଦ କୁ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ,ବ୍ୟବସାୟିକ ସଂଗଠନ,ଓକିଲ ସଙ୍ଘ,ଡ୍ରାଇଭର ସଙ୍ଘ, ଧର୍ମଗଡ ଜିଲ୍ଲା କରିଆନୁଷ୍ଠାନ କମିଟି ବନ୍ଦ କୁ ସମର୍ଥନ କରି ବନ୍ଦ ପାଳନ ରେ ସାମିଲ ହୋଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories