Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ଓଡ଼ିଶା” ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ କୁଚିଣ୍ଡା କଲେଜ ସମ୍ମିଳନୀ କକ୍ଷରେ ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ ଉସବ ଅନୁଷ୍ଠିତ

ସମ୍ବଲପୁର : ଓଡ଼ିଶା ସାମ୍ବାଦିକ ସଂଘ (ଏସୟୂଜେ) ଓଡିଶା ସମ୍ବଲପୂର ଶାଖା ପକ୍ଷରୁ ସ୍ଥାନୀୟ କଲେଜ ସମ୍ମିଳନୀ କକ୍ଷରେ ଏସୟୂଜେ ଜାତୀୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲାର ନୂତନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର ପ୍ରସାଦ ଦାନୀଙ୍କୁ ସର୍ବ ସମ୍ମତି କ୍ରମେ ଫୁଲତୋଡ଼ା, ମାଲ୍ୟ ଏବଂ ଉତ୍ତରୀୟ ଦେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ଜିଲ୍ଲା ସାଂଗଠନିକ ସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ମୁଦୁଲି ଙ୍କୁ ଘୋଷଣା କରାଯାଇଥିଲା। ଉପଖଣ୍ଡ ସଭାପତି ଭାବରେ ଗଜେନ୍ଦ୍ର ଭୋଇ ଏବଂ ଜମନକିରା ବ୍ଲକ ସଭାପତି ଭାବେ ସତ୍ୟପ୍ରିୟ ମହାପାତ୍ର ଦାୟିତ୍ଵ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତୀୟ ସାମ୍ବାଦିକ ୟୁନିଅନର ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଗଗନ ଶର୍ମା ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି କୈଳାଶଚନ୍ଦ୍ର ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ, ରାଜ୍ୟ ଉପ-ସଭାପତି ତଥା ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ସାଥୀ ମେହେବୁବ ମହତାବ, ଅନ୍ୟତମ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସମ୍ପାଦକ ଶଶାଙ୍କ ଶେଖର ଝାଙ୍କର, ରାଜ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଯୋଜକ ଶଶୀଭୂଷଣ ଷଢଙ୍ଗୀ ପ୍ରମୁଖ ମଂଚାସୀନ ଥିଲେ। ଅନ୍ୟ ପକ୍ଷରେ କୁଚିଣ୍ଡା ଉପଖଣ୍ଡ ସଭାପତି ଭାବେ ଶ୍ରୀ ଭୋଇ ଓ ସାଧାରଣ ସମ୍ପାଦକ ଭାବେ ପ୍ରସନ୍ନ ପ୍ରଧାନଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିବା ବେଳେ ଜମନକିରା ବ୍ଲକ ସଭାପତି ଭାବେ ଶ୍ରୀ ମହାପାତ୍ର, ସାଧାରଣ ସମ୍ପାଦକ ଭାବେ ଅକ୍ଷୟ କୁମାର ଦେହୁରୀ ଏବଂ କୋଷାଧ୍ୟକ୍ଷ ଭାବେ ଅଶୋକ କୁମାର ପଟେଲଙ୍କ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଜିଲ୍ଲା ଶାଖାର ପୂର୍ଣ୍ଣାଙ୍ଗ କମିଟି ଗଠନ ଡିସେମ୍ବର ତୃତୀୟ ସପ୍ତାହ ମଧ୍ୟରେ ହେବା ସହିତ ଏକ ଆଂଚଳିକ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ନବନିର୍ବାଚିତ ସଭାପତି ଶ୍ରୀ ଦାନୀ ଘୋଷଣା କରିଥିଲେ। ଶେଷରେ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ର ଭାନୁ ସେଠ, ବିଜୁ ସାହୁ, ଲିପନ ନାୟକ, ନୃପଲଲ ଦେବ, ରାଧେଶ୍ୟାମ ପଣ୍ଡା, ପ୍ରଶନ୍ନ ପଧାନ, ସୁବାସ ନାୟକ, ସତ୍ୟ ସାହୁ, ରବିନ୍ଦ୍ର ପଟେଲ, ସୁବାସ ଚନ୍ଦ୍ର ନାୟକ, ନରେନ୍ଦ୍ର ସାହୁ, ପ୍ରିତମ ଦାନୀ, ପ୍ରମୁଖ ଯୋଗଦେଇଥିଲେ। ଏହି ସଭାରେ କୁଚିଣ୍ଡା ଏନଏସି,ବାମରା, ଜମନକିରା, କୁଚିଣ୍ଡା, ରେଙ୍ଗାଲି ବ୍ଲକ ର ପ୍ରାୟ ୫୦ଜଣରୁ ଅଧିକ ସାମ୍ବାଦିକ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ