କୋକସରା:୧୮/୧୧
ରାଜ୍ୟ ସ୍ତରୀୟ ଅଣ୍ଡର ୧୭ କ୍ରିକେଟ ଚାମ୍ପିୟାନସିପ ୨୦୨୩/୨୪ ଆସନ୍ତା ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ବୁର୍ଲା ସରକାରୀ ହାଇସ୍କୁଲରେ ଆୟୋଜିତ ହେବାକୁ ଥିବା ବେଳେ କଳାହାଣ୍ଡି ର ବିଭିନ୍ନ ହାଇସ୍କୁଲ ରୁ ୧୫ ଜଣ ଛାତ୍ର କ୍ରିକେଟ ଚାମ୍ପିୟାନ ସିପ ରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ର ୩ ଛାତ୍ର ଏହି ମନୋନୀତ ହୋଇଛନ୍ତି। ସେମାନେ ହେଲେ ଶୁଭମ ପଟେଲ, ନେତ୍ରାନନ୍ଦ ବାଗ ଓ ତେଜସ୍ବ ଶିଶୁ, ଜବାହାର ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଅମିତ ମହାନ୍ତି ଙ୍କ ପ୍ରଶିକ୍ଷଣ ରେ ଏହି ଛାତ୍ର ମାନେ ମନୋନୀତ ହୋଇଛନ୍ତି। ୩ ଜଣ ଛାତ୍ର ଙ୍କୁ ସ୍କୁଲ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସମେତ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।
ଅଣ୍ଡର ୧୭ ରାଜ୍ୟ କ୍ରିକେଟ ଚାମ୍ପିୟାନ ସିପ ରେ କୋକସରା ହାଇସ୍କୁଲ ର ୩ ଛାତ୍ର।
