କୁଲତା ସମାଜର ୨୬ ତମ ବାର୍ଷିକ ବନ୍ଧୁ ମିଳନ:ଜାନୁଆରୀ ୭ରେ


ସମ୍ବଲପୁର : କୁଲତା ସମାଜ ସମ୍ବଲପୁରର ୨୬ ତମ ବାର୍ଷିକ ବନ୍ଧୁ ମିଳନ ଆଗାମୀ ଜାନୁଆରୀ ୭ ତାରିଖ (ରବିବାର) ସ୍ଥାନୀୟ ରାମଚଣ୍ଡୀ ସେବାସଦନ ଦାନୀପାଲି ଠାରେ ଅନୁଷ୍ଠିତ ହେବ I ଏହି ମର୍ମରେ କୁଲତା ସମାଜ ସମ୍ବଲପୁର ସଭାନେତ୍ରୀ ଯଶୋବନ୍ତି ନାୟକଙ୍କ ସଭାପତିତ୍ୱରେ ଆଜି ଦିବା ୧୧ ଘଟିକା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୨୦୨୨ ଓ ୨୦୨୩ ଶିକ୍ଷା ବର୍ଷର ଦଶମ ଶ୍ରେଣୀରେ ୮୦% ପ୍ରତିଶତ କିମ୍ବା ତଦୁର୍ଦ୍ଧ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ l ଏହି ପ୍ରସ୍ତୁତି ବୈଠକରେ ଅଭିରାମ ଖମାରି,ହାରାଧନ ପ୍ରଧାନ, ନାରଦ ପାତ୍ର, ଜଟା ଭୂଷଣ ସାହୁ, ଦୟାନିଧି ବିଶ୍ୱାଳ, ଛେଲିଆ ପ୍ରଧାନ, ଦେବଦତ୍ତ ସାହୁ, କ୍ଷୀରୋଦ ପ୍ରଧାନ,ରଂଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I ବୈଠକ ଶେଷରେ କୃପାସିନ୍ଧୁ ଖମାରୀ ଧନ୍ୟବାଦ ଜ୍ଞାପନ କରିଥିଲେ I ଅନୁଷ୍ଠିତ ହେବାକୁ ଥିବା ଏହି ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବସବାସ କରୁଥିବା କୁଲତା ସମାଜ ର ସମସ୍ତ ଜାତି ଭାଇ ଯୋଗଦାନ କରିବାକୁ ସାଧାରଣ ସମ୍ପାଦକ ଦେଵତ୍ତମ ପ୍ରଧାନ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି I