Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହ ପ୍ରତିଶ୍ରତି ଦେଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ସରଡା ଗାଁର ଜନୈକ ୨୧ ବର୍ଷ ଝିଅ କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ଜମନକିରା ପୋଲିସ କୁଚିଣ୍ଡା ଥାନା ଜମନକିରା ବ୍ଲକ ଗୁଣ୍ଡୁରୁଚୂଆଁ ଗାଁର ଅଭିଯୁକ୍ତ ଜୟପ୍ରକାଶ କିଷାନ (୨୪) କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନା କେସ ନ.୧୬୧/୪୯୩(୨/ଏନ)୫୦୬ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ପୋଲିସର ସୂଚନା ଅନୁଯାୟୀ, ଗତ ୩ ବର୍ଷ ହେବ ପ୍ରକାଶ ବିବାହ ପ୍ରତିଶ୍ରୁତି ଦେଇ ସଂପୃକ୍ତ ଝିଅକୁ ଶାରୀରିକ ସଂପର୍କ ରଖିଥିଲା। କିଛି ଦିନ ପାଇଁ ନିଜ ଘରେ ରଖିଥିଲା। ଉକ୍ତ ସମୟରେ ଝିଅ ଟି ଗର୍ଭବତୀ ହୋଇ ଯାଇଥିଲା। ପ୍ରକାଶ ଫୁସୁଲା ଫୁସୁଲି କରି ଝିଅର ଗର୍ଭପାତ କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ସେ ବିବାହ ପାଇଁ ଅମଙ୍ଗ ହୋଇଥିଲା ଏବଂ ଝିଅ ଟିକୁ ଆଣି ଜମନକିରା ବସଷ୍ଟାଣ୍ଡରେ ଛାଡି ଚାଲି ଯାଇଥିଲା। ବହୁତ ଅନୁରୋଧ ସତ୍ତ୍ୱେ ପ୍ରକାଶ ଆଉ ବିଭାହ ପାଇଁ ରାଜି ନହେବାରୁ ଗତକାଲି ଝିଅ ଟି ଜମନକିରା ଥାନାରେ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗ କୁ ଭିତ୍ତି କରି ପୋଲିସ ଥାନାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ