Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେଡିର କର୍ମୀ ସମ୍ମଳନୀ ଓ ବନ୍ଧୁ ମିଳନ

ସମ୍ବଲପୁର:ବିଧାୟକ ପ୍ରାର୍ଥି ନିର୍ବାଚନର ପ୍ରାୟ ୬ ମାସ ପୂର୍ବରୁ ଘୋଷଣା କରିବାକୁ ବିଜେଡି କର୍ମି ମହଳରେ ପ୍ରସ୍ଥାବ ଦିଆଯାଇଛି।ଆଜି ମାନେଶ୍ୱର ବ୍ଲକ ବିଜେଡ଼ି ତରଫରୁ ଆୟୋଜିତ ନିର୍ବାଚନ ପ୍ରସ୍ତୁତି ବୈଠକରେ ଅନେକ ସକ୍ରିୟ କର୍ମୀ ଏଭଳି ମତ ରଖିଛନ୍ତି।କର୍ମୀଙ୍କ ମତାମତ ଓ ଗୃହୀତ ପ୍ରସ୍ତାବକୁ ଆଗାମୀ ଦିନରେ ରାଜ୍ୟ ନେତୃମଣ୍ଡଳୀଙ୍କୁ ଜଣାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇ କର୍ମୀଙ୍କ ମନୋବଳକୁ ସୁଦୃଢ କରିବାକୁ ଏଭଳି ପ୍ରୟାସ ବର୍ତ୍ତମାନ ଚର୍ଚାର ଖୋରାକ ଜମାଇଛି।ଠେମରା ସ୍ଥିତ ଝରଣା କଲ୍ୟାଣ ମଣ୍ଡପରେ ଆଜି କର୍ମୀ ସମ୍ମିଳନୀରେ ଏଭଳି ପ୍ରସ୍ତାବ ରଖାଯାଇଛି । ଏହା ସହିତ ଅନ୍ୟ ଦୁଇ ବ୍ଲକ୍ ଯଥା ରେଙ୍ଗାଲି ଓ ଧନକଉଡାର କର୍ମୀ ମାନେ ମଧ୍ୟ ଏହିଭଳି କର୍ମୀ ସମ୍ମିଳନୀ କରିବା ସହିତ ଏତାଦୃଶ ପ୍ରସ୍ତାବ ଗ୍ରହଣ କରିବା ପାଇଁ ସମ୍ମିଳନୀରେ ଆହ୍ବାନ କରାଯାଇଥିଲା।ବିଜେଡିର ବରିଷ୍ଠ ନେତା ରାମସାଗର ସାହୁଙ୍କ ଆହ୍ୱନ କ୍ରମେ ଏଥିରେ ବିଜେଡିର ବହୁ ପୁରୁଣା ନେତା କର୍ମୀଙ୍କ ସହିତ ନବାଗତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।ବିଜେଡିର କର୍ମୀ ସମ୍ମିଳନୀ ଓ ବନ୍ଧୁମିଳନ ନାମରେ ଆୟୋଜିତ ଆଜିର କର୍ମୀ ସମ୍ମିଳନୀକୁ ନେଇ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।