Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀମନ୍ଦିରରେ ଭକ୍ତଙ୍କ ଦୁର୍ଦ୍ଦଶା ଦେଖି କ୍ଷୋଭ ପ୍ରକାଶ କଲେ ଛତିଶଗଡ଼ ରାଜ୍ୟପାଳ, କହିଲେ- ଗୋଟିଏ ଦ୍ଵାର ପ୍ରକଳ୍ପ କରାଯାଇ ୩ ଦ୍ଵାର ଖୋଲାଯାଉ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ମହାପ୍ରଭୁଙ୍କ ଦର୍ଶନ ଅବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ। ସେ କହିଛନ୍ତି ତିନି ଦ୍ଵାର ବନ୍ଦ ରଖାଯାଇ ମାତ୍ର ଗୋଟିଏ ଦ୍ଵାର ଖୋଲା ଯାଉଥିବାରୁ ଧାଡ଼ିରେ ଠିଆ ହୋଇ ଶ୍ରଦ୍ଧାଳୁମାନେ ବହୁତ କଷ୍ଟ ପାଉଛନ୍ତି। ଲୋକଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ। ସୋମବାର ପୁରୀ ଗସ୍ତରେ ଆସିଥିବା ଛତିଶଗଡ଼ ରାଜ୍ୟପାଳ ଧାଡ଼ିରେ ଛିଡ଼ା ହୋଇଥିବା ଶ୍ରଦ୍ଧାଳୁଙ୍କ ଦୁର୍ଦ୍ଦଶା ଦେଖି ଏହି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି ପ୍ରକଳ୍ପ ହେଉ କିନ୍ତୁ ଐତିହ୍ୟ ନଷ୍ଟ କରାନଯାଉ । ଐତିହ୍ୟକୁ ନଷ୍ଟ ନକରି ପ୍ରକଳ୍ପ କରାଯାଉ। ଗୋଟିଏ ଦ୍ୱାରରେ ପ୍ରକଳ୍ପ କରି ଅନ୍ୟ ୩ଟି ଦ୍ୱାର ଖୋଲିଦେଲେ ସମସ୍ତେ ସୁବିଧାରେ ପ୍ରବେଶ କରି ଦର୍ଶନ କରି ପାରିବେ। ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ଲୋକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ବିକଳ୍ପ ବ୍ୟବସ୍ଥା କରାଯାଉ, କାହାକୁ ଝାଡା ପରିସ୍ରା ଲାଗିବ, ତାର କିଛି ବ୍ୟବସ୍ଥା ନାହିଁ । ଏସବୁ ଦେଖି ଅନେକ କଷ୍ଟ ଲାଗିଲା ବୋଲି ବିଶ୍ଵଭୂଷଣ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ, ଭକ୍ତ ଓ ଭଗବାନ ଭିତରେ କୌଣସି ପ୍ରାର୍ଥକ୍ୟ ସୃଷ୍ଟି କରାନଯାଉ । ଭକ୍ତ କେମିତି ସୁବିଧାରେ ଦର୍ଶନ କରିବେ ସେଇଟା ଆବଶ୍ୟକ । କାର୍ତ୍ତିକ ମାସ, ଅନେକ ଭକ୍ତ ଆସୁଛନ୍ତି, ଲୋକଙ୍କ ଯନ୍ତ୍ରଣା ପ୍ରଶାସନ ଅନୁଭବ କରିବା କଥା । ଗୋଟିଏ ଦ୍ୱାରରେ ପ୍ରକଳ୍ପ କରି ଅନ୍ୟ ୩ଟି ଦ୍ୱାର ଖୋଲିଦେଲେ ସମସ୍ତେ ପ୍ରବେଶ କରି ସୁବିଧାରେ ଦର୍ଶନ କରି ପାରନ୍ତେ। ପୁରୀରେ ଏସବୁ ଆସି ଦେଖି ଭାରି କଷ୍ଟ ଲାଗିଲା ବୋଲି ଛତିଶଗଡ଼ ରାଜ୍ୟପାଳ କହିଛନ୍ତି।

 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ