Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାର ବିରୁଦ୍ଧରେ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉୁ

ସମ୍ବଲପୁର(ଯୁଯୋମୁରା): ଯୁଯୋମୁରାରେ ଆଜି ଗର୍ଜିଛି ବିଜେପି। ବିଜେପିକୁ ସାଥ ଦେଇଟିଲେ ସାଧାରଣ ଜନତା ଓ ସଂଖ୍ୟାଧିକ ମହିଳା। ଯୁଯୋମୁରାରେ ଏଭଳି ଦୃଶ୍ୟ ବିରଳ କୁହାଯାଉଛି ।ସରକାରଙ୍କ ଉପରେ ଲୋକଙ୍କ ଅସନ୍ତୋଷ ଆଜି ଫୁଟି ଉଠିଛି ଯୁଯୋମୁରାରେ । ୧୮ ପଞ୍ଚାୟତରୁ ବିଜେପି ନେତା ଓ କର୍ମୀଙ୍କ ସହିତ ସାଧାରଣ ଜନତା ହାତ ମିଲାଇଥିଲେ।ଭ୍ରଷ୍ଟାଚାରୀ ଓ ଅଗଣତାନ୍ତ୍ରିକ ସରକାରଙ୍କ ଉପରେ ଏଭଳି ପୁଞ୍ଜିଭୂତ ଅସନ୍ତୋଷ ଆଜି ଯୁଯୋମୁରା କାହିଁକି ସମଗ୍ର ଜିଲ୍ଲାରେ ଚର୍ଚ୍ଚା ସାଉଁଟୁଛି। ରାଜ୍ୟ ସରକାରଙ୍କ ଅପରଗତା,ଭ୍ରଷ୍ଟାଚାର, ଦୁର୍ନୀତି ବୁଋଦ୍ଧରେ ଯୁଯୋମୁରା ବ୍ଲକ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୁ ଘେରାଓ କରାଯାଇଥିଲା। ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରେଢାଖୋଲ ବିଧାନସଭା କ୍ଷେତ୍ରର ଗତ ଥର ବିଧାୟକ ପ୍ରାର୍ଥୀ ଥିବା ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ବାହାରି ବ୍ଲକ୍ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା। ଯୁଯୋମୁରା ପଞ୍ଚାୟତ କାର୍ଯ୍ୟାଳୟରୁ ଶୋଭାଯାତ୍ରା ରେ ବାହାରି ପହଞ୍ଚିଥିଲେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ହୋଇଥିଲା ପ୍ରତିବାଦ ସଭା। ସଭାରେ ସରକାର ବିଋଦ୍ଧରେ ଗର୍ଜିଥିଲେ ନେତା କର୍ମି ଠାରୁ ଆରମ୍ଭ କରି ସାଧାରଣ ଜନତା ।
ଯୁଯୋମୁରା ମଣ୍ଡଳ ସଭାପତି ଓମ ପ୍ରକାଶ ବିଶ୍ୱାଲଙ୍କ ସଭାପତିତ୍ବରେ ପ୍ରତିବାଦ ସଭା କାର୍ଯ୍ୟକ୍ରମ ହୋଇଥିଲା ।ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ ଦେବେନ୍ଦ୍ର ମହାପାତ୍ର,ଓବିସି ରାଜ୍ୟ ବିଜେପି ମୋର୍ଚ୍ଚା ସଂପାଦିକା ସ ସ୍ମିତା ଦେହୂରୀ, ଯୁଯୋମୁରା ସମିତି ସଭ୍ୟ ଜୟନ୍ତ କୁମାର ପ୍ରଧାନ,ଜୟନ୍ତପୁର ସମିତି ସଭ୍ୟା ଅନିତା ପ୍ରଧାନ,କବରାପାଲି ସମିତି ସଦସ୍ୟା ବନିତା ଓରାମ୍,ଟାମ୍ପରଗଡ ସରପଞ୍ଚ୍ କ୍ଷୀରୋଦ ରାଉଳ,କୁକୁଡାପାଲି ସମିତି ସଦସ୍ୟା ମଣିପ୍ରିୟା ବେହେରା,ମିତ୍ରଭାନୁ ପ୍ରଧାନ,ପ୍ରଭାସିନି ବାରିକ,ଟିକି ପ୍ରଧାନ,ଗୁଣ ପ୍ରଧାନ,ବିଜେପି ଯୁବମୋର୍ଚ୍ଚା ସଭାପତି ଅକୁ ପ୍ରଧାନ ପ୍ରମୁଖ ।
ଯୁଯୋମୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତରେ ଏବିଡିଓ ଲାଲମୋହନ ବୁଡେକଙ୍କୁ ଆନ୍ଦୋଳନକାରୀ ଭେଟି ତାଙ୍କ ସହ ଆଲୋଚନା କରି ଦାବି ପତ୍ର ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ନରେଶ ପ୍ରଧାନ,ଅଜୟ ବେହେରା,ପରକ୍ଷିତ ନାୟକ,କିରଣ ପ୍ରଧାନ,ଆଲୋକ ପ୍ରଧାନ,ବିକାଶ ମାଝି,ରଜନୀ କାନ୍ତ ସାହୁ, ପ୍ରମୁଖ ଶତାଧିକ ନେତା ଓ କର୍ମୀ ଜନ ଆକ୍ରୋଶ ବ୍ଲକ୍ ଘେରାଓରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।