Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛଠପୂଜା:ଛଠିମାତା ଓ ସୂର୍ଯ୍ୟ ଦେବଙ୍କୁ ପୂଜା ପ୍ରାର୍ଥନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ତିନିଦିନିଆ ଗସ୍ତରେ ସମ୍ବଲପୁର ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ଵରରୁ ତପସ୍ୱିନୀ ଏକ୍ସପ୍ରେସ ଯୋଗେ ସେ ଆଜି ଭୋରରେ ସମ୍ବଲପୁର ଠାରେ ପହଞ୍ଚିଥିଲେ । ସମ୍ବଲପୁର ରେଳ ଷ୍ଟେସନ ରେ ବିଜେପି ସମେତ ଅନ୍ୟାନ୍ୟ ସଙ୍ଗଠନ ତରଫ ରୁ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା । ରେଳ ଷ୍ଟେସନ ରୁ ସେ ସିଧାସଳଖ ସମ୍ବଲପୁର ସହରରେ ହେଉଥିବା ଛଠ ପୂଜା ସ୍ଥାନକୁ ଯାଇଥିଲେ ।
ଲୋକଆସ୍ଥାର ପ୍ରତୀକ ସୂର୍ୟ ଉପାସନାର ମହାପର୍ବ ଛଠ୍ ପୂଜାର ଶୁଭ ଅବସରରେ ସେ ସମ୍ବଲପୁର ମହାନଗର ଅଞ୍ଚଳ ଅଧିନସ୍ଥ ବରେଇପାଲିର ନାଳେଶ୍ବରଧାମ ଏବଂ ମନ୍ଦଲିଆ ଠାରେ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କାର୍ଯ୍ୟକ୍ରମରେ ରେ ଯୋଗଦାନ କରି ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ଗ୍ରହଣ କରିବା ସହିତ ସମସ୍ତ ଛଠ୍ ବ୍ରତଧାରୀ ତଥା ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ଆରୋଗ୍ୟ ପ୍ରଦାନ ପାଇଁ ଛଠି ମାଁ ଏବଂ ସୂର୍ୟ ଦେବଙ୍କ ଠାରେ ପ୍ରାର୍ଥନା କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଙ୍କ ଆଜିର ସ୍ୱାଗତ ଓ ଛଠ ପୁଜା ର କାର୍ଯ୍ୟକ୍ରମ ରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲ୍ଲା ସଭାପତି ଗିରିଶ ପଟେଲ, ସିମାଞ୍ଚଲ, ଦେବେନ୍ଦ୍ର ମହାପାତ୍ର, ରାମ ଚନ୍ଦ୍ର ମେହେର, ଗୋବିନ୍ଦ ଅଗ୍ରୱାଲ, ଦାମୋଦର କର, ମାନସ ରଞ୍ଜନ ବକ୍ସି, ସମୀର ରଞ୍ଜନ ବାବୁ, ମୋହନ ଦାଶ, ଜୟନ୍ତ ପ୍ରଧାନ, ନୀଳାମ୍ବର ସିକନ୍ଦର, ମୁନ୍ନା ତିୱାରୀ, ଶିବ ଶମ୍ଭୁ ଯାଦବ, ଅଜୟ ସାହି, ଶମ୍ଭୁ ବରେଲିଆ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ