Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାମରା:କଳା ସଂସ୍କୃତି ଅନୁଷ୍ଠାନର ୩ୟ ବାର୍ଷିକ ଉତ୍ସବ

ସମ୍ବଲପୁର:ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ପାମରା ଗ୍ରାମର ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି।ସମ୍ବଲପୁରୀ ନୃତ୍ୟ, ଗୀତ ବାଦ୍ୟରେ ପୁରା ଗାଁ ଚହଲି ଉଠି ଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାମରା ଗ୍ରାମ ପଂଚାୟତ ର (ଜି.ଆର.ସ )ଶ୍ରୀ ମହେନ୍ଦ୍ର ପୁରାଳୀ, ଏବଂ ଗାଁର ନାଏକ ସରପଞ୍ଚ ଅରୁନ କୁମାର ରାଉତ, ନଳିନ ରଞ୍ଜନ ସାହୁ, କିଶୋର ଚନ୍ଦ୍ର ରାଉତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ପ୍ରତିଷ୍ଠାତା ସମ୍ପାଦକ ଟୋନିସ ରୋହିଦାସ, ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।ତାଙ୍କ ସହ ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ ଭୋଇ, ଏବଂ ବିଭୁତି ମହାକୁଳ, ଦେବାଶିଷ ବାରିକ, ଚିନ୍ତାମଣି ରଣା, ଦୀପକ ରୋହିଦାସ, ଖାଣ୍ଡବ ରୋହିଦାସ, ଚିନ୍ତା ରୋହିଦାସ,ସୁବ୍ରତ ଦାନୀ,ନଗେଶ୍ୱର ରଣା ପ୍ରମୂଖ ସହଯୋଗ କରିଥିଲେ।ପ୍ରଥମେ ଇଷ୍ଟଦେବି ମାଁ ସମଲେଇ ଙ୍କୁ ପୂଜା କରାଯାଇ ସଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏଥରେ ଗାଁ ର ବହୁତ କୁନି କୁନି କଳାକାର ମାନେ ଯୋଗଦାନ କରି ନିଜର ସୁନ୍ଦର ସୁନ୍ଦର ସମ୍ବଲପୁରୀ ନାଚ ପରିବେଷଣ କରିଥିଲେ। ସମସ୍ତଙ୍କୁ ଅନୁଷ୍ଠାନ ପକ୍ଷରୁରୁ ମାନପତ୍ର ସହ ମେଡାଲ ଦେଇ ସମ୍ମାନିତ କରା ଯାଇଥିଲା! ସମ୍ବଲପୁରୀ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ କଳାକାର ଙ୍କର ଉନ୍ନତି ପାଇଁ ଏହି ଅନୁଷ୍ଠାନ ଦୀର୍ଘ ତିନି ବର୍ଷ ରୁ କାର୍ଯ୍ୟ କରି ଆସୁଅଛି ଏବଂ ଆଗକୁ ମଧ୍ୟ ଏହି କାର୍ଯ୍ୟ କରିବ ବୋଲି ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇ ନିପଟ ମଫସଲ ଗାଁର ଏହି ପାମରା ଗାଁ ସାରା ସମାଜ ପାଇଁ ଏକ ବାର୍ତ୍ତାବହର ସୁରାକ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ