Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡଭାଇର ଠେଙ୍ଗା ମାଡରେ ସାନଭାଇର ମୃତ୍ୟୁ

ରେଙ୍ଗାଲି: ଠେଲକୋଲୋଇ ଥାନା ଅନ୍ତର୍ଗତ ଶରଧାପାଲି ଗ୍ରାମ ରେ ୩୧ତାରିଖ ଶୁକ୍ରବାର ରାତିରେ ବଡଭାଇ ର ଠେଙ୍ଗାମାଡ ରେ ସାନଭାଇ ମୃତ୍ୟୁବରଣ କରିଥିବା ନେଇ ଠେଲକୋଲୋଇ ଆଇଆଇସି ବିଭୂତିଭୂଷଣ ଦଲାଇ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ୩୧ତାରିଖ ଶୁକ୍ରବାର ରାତି ପ୍ରାୟ ୧୦ ଟା ସମୟରେ ଶରଧାପାଲି ଗ୍ରାମର ଶଶି ରାଉତ (୪୭) ଉଚ୍ଚ ପାଟିରେ ପାଟିତୁଣ୍ଡ କରୁଥିବାରୁ ସାନ ଭାଇ ମଙ୍ଗଳୁ ଓରଫ ଜନରଞ୍ଜନ (୩୬) ବଡଭାଇ ଶଶି ପାଖକୁ ଯାଇ ପାଟିତୁଣ୍ଡ ବନ୍ଦ କରିବା ପାଇଁ ବୁଝାସୁଝା କରିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଶଶି ରାଉତ ସାନଭାଇ ମଙ୍ଗଳୁ ଓରଫ୍ ଜନ ରଞ୍ଜନ କୁ ଠେଙ୍ଗା ରେ ନିର୍ଘାତ ମାଡ ଦେଇଥିଲା। ଫଳରେ ମଙ୍ଗଳୁ ଓରଫ୍ ଜନ ରଞ୍ଜନ ଗୁରୁତର ଆଘାତ ପାଇ ସଂଜ୍ଞାହୀନ ହୋଇ ପଡିଯାଇଥିଲ। ତାକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥଲା।

ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଠେଲକୋଲୋଇ ଥାନାରେ ଏକ ହତ୍ୟାମାମଲା ରୁଜୁ କରାଯାଇ ଅଭିଯୁକ୍ତ ଶଶି ରାଉତକୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି। ହତ୍ୟାକାଣ୍ଡ ରେ ବ୍ୟବହାର ହୋଇ ଥିବା ରକ୍ତ ଲଗା ଠେଙ୍ଗା ଓ ରକ୍ତ ଭିଜା ଲୁଗା ଜବତ କରାଯାଇଛି। ସାଇନଟିଫିକ ଟିମ୍ ଘଟଣା ସ୍ଥଳକୁ ଆସି ରକ୍ତ ନମୁନା ସଂଗ୍ରହ କରିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ