Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେରା ବିଜ୍ଞପ୍ତିରେ ବଢିଲା ଦିଲ୍ଲୀବାସୀଙ୍କ ଚିନ୍ତା, କେମିତି ବିକିବେ କୋଠା ଓ ସଂପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରର ରେରା ଆଦେଶ କ୍ରମେ ସଂପତ୍ତି ପଞ୍ଜୀକରଣ ଉପରେ ଆପାତତଃ ରୋକ୍ ଲାଗିଛି। କାରଣ ନୂତନ ବିଜ୍ଞପ୍ତି ଅନୁସାରେ ଲୋକଙ୍କୁ ନିଜର ସଂପତ୍ତି ବିକ୍ରି କରିବା ମୁସ୍କିଲ। ଆଦେଶ ଅନୁସାରେ ୫୦ ମିଟର ଯାଏ ପ୍ଲଟ୍ ଉପରେ କେବଳ ତିନୋଟି ଫ୍ଲୋର ରହିବ। ଅର୍ଥାତ ୫୦ ମିଟରର ଜାଗାରେ ମାତ୍ର ୩ ମହଲ କୋଠା ନିର୍ମାଣ କରାଯାଇ ପାରିବ କିମ୍ବା ଏହାକୁ ବିକ୍ରି କରାଯାଇ ପାରିବ। ତେବେ ଦିଲ୍ଲୀରେ ବର୍ତ୍ତମାନ ୫୦ ମିଟରର ଛୋଟ ପ୍ଲଟର ବହୁତ ସଂଖ୍ୟାରେ ରହିଛି। ସେଥିରେ ୪ରୁ ୫ ମହଲାର କୋଠା ରହିଛି।

ବିଜ୍ଞପ୍ତି ଅନୁସାରେ, ୫୦ରୁ ୨୫୦ ମିଟର ଜାଗା ଉପରେ କେବଳ ୪ ମହଲା କୋଠା ନିର୍ମାଣକୁ ଅନୁମତି ଦିଆଯିବ। କିନ୍ତୁ ଦିଲ୍ଲୀରେ ୬ରୁ ୮ ମହଲା ସହିତ ୧୦୦ରୁ ୨୫୦ ମିଟର ଯାଏ ସଂପତ୍ତି ଭରି ରହିଛି। ଉଲ୍ଲେଖନୀୟ ଦିଲ୍ଲୀରେ ସାଧାରଣତତଃ ୨୦୦ ମିଟର ଜାଗାରେ ୮ରୁ ୧୦ ମହଲାର କୋଠା ରହିଥାଏ।

ତେବେ ରେରାର ସଦ୍ୟତମ ବିଜ୍ଞପ୍ତି ପରେ ଏହି ସବୁ ଘର ଅବୈଧ ହୋଇଯିବ। ଏହା ପରେ ଏସବୁ ଘରର ବିକ୍ରି ଓ କିଣିବା ସମ୍ଭବ ହେବ ନାହିଁ। ମିଶ୍ରିତ ଜାଗା ବ୍ୟବହୃତ ଚାନ୍ଦିନୀ ଚୌକ, ଚାଉଡି ବାଜାର ଗାନ୍ଧୀ ନଗର, ଶାହଦରା, ରାଜୋରୀ ଗାର୍ଡେନ, ଉତ୍ତମ ନଗର, କମଲା ନଗର, କୋଟକା ମୁବାରକପୁର, ଲଜପତ ନଗର ପରି ଅଞ୍ଚଳରେ ରହୁଥିବା ଲୋକେ ବୁଝି ପାରୁ ନାହାନ୍ତି ଯେ, ଆବଶ୍ୟକସ୍ଥଳେ ଫ୍ଲାଟ୍ କିମ୍ବା ଜମି କେମିତି ବିକିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ