Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋୟର ପିଏମଜିରେ ତାତିଲେ ବସ ମାଲିକ ସଂଘ, ଡିସେମ୍ବର ୧ରୁ ବସ୍ ଧର୍ମଘଟ ଚେତାବନୀ

ଭୁବନେଶ୍ଵର: ପୁଣି ତାତିଲେ ଘରୋଇ ବସ ମାଲିକ ସଂଘ। ରାଜ୍ୟ ସରକାରଙ୍କର ଲାକମୀ ବା ଲକ୍ଷ୍ମୀ ଯୋଜନା ଓ ମୋ ବସ ଚଳାଚଳର ବିରୋଧରେ ଭୁବନେଶ୍ଵର ଲୋୟର ପିଏମଜିରେ ମେଳି ହୋଇଛନ୍ତି ମାଲିକ ସଂଘ। ଯଦି ରାଜ୍ୟ ସରକାର ଆମର ଦାବି ନ ମାନନ୍ତି ତେବେ ଡିସେମ୍ବର ଏକ ତାରିଖରୁ ପୁଣି ଥରେ ବସ୍ ଧର୍ମଘଟ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ବୁଧବାର ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଘରୋଇ ବସ ମାଲିକ ସଂଘର ସଦସ୍ୟଗଣ। ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ସରକାର ନ ଶୁଣିଲେ ଡିସେମ୍ବର୧ ତାରିଖରେ ବସ ଧର୍ମଘଟ ପାଇଁ ସଂଘ ଚେତାବନୀ ଦେଇଛନ୍ତି।

ସଂଘ ଓ ସରକାର ମଧ୍ୟରେ ହୋଇଥିବା ଆଲୋଚନା ଆଗକୁ ବଢିନଥିବା ଯୋଗୁଁ ସଂଘ ପୁଣି ସମସ୍ୟାର ସମାଧାନ ନେଇ ଧର୍ମଘଟକୁ ବିକଳ୍ପ ଭାବେ ଗ୍ରହଣ କରିବାକୁ ବାଧ୍ୟ ବାଧ୍ୟକତାରେ ପହଞ୍ଚିଛି। ଡିସେମ୍ବର ମାସରେ ବସ ଧର୍ମଘଟ ହେଲେ ଏହା ଜନ ଜୀବନକୁ ବହୁଳ ଭାବେ ପ୍ରଭାବିତ କରିବା ଆଶଙ୍କା ରହୁଛି । ଏଣୁ ଅବିଳମ୍ବେ ସରକାର ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ କରିବା ଦିଗରେ ପ୍ରୟାସ କରିବାକୁ ସାଧାରଣ ଜନତା ସରକାରଙ୍କ ଠାରେ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ